Entertainment: ନୀତିଙ୍କୁ ପସନ୍ଦ କଠୋର ପୁରୁଷ!

Sep 03, 2026 - 07:32
Entertainment: ନୀତିଙ୍କୁ ପସନ୍ଦ କଠୋର ପୁରୁଷ!

"ନାରୀଟିଏ ପୁରୁଷକୁ ଯେଉଁଭଳି ସମ୍ମାନ ଦିଏ, ପୁରୁଷ ନିକଟରୁ ମଧ୍ୟ ଉଚିତ ସମ୍ମାନର ଆଶା ରଖେ।

ମାତ୍ର ଏଭଳି ଏକ ଧାରଣାର ବିପରୀତ କଥା କହିଛନ୍ତି ଟେଲିଭିଜନ ଅଭିନେତ୍ରୀ ନୀତି ଟେଲର୍।

ନିକଟରେ ଏକ ଆଲୋଚନା ସମୟରେ ସେ ଦେଇଥିବା ମନ୍ତବ୍ୟ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି କରିଛି।

ଗାଲାଟ୍ଟା ଇଣ୍ଡିଆ ସହିତ ଏକ ସାକ୍ଷାତ୍‌କାରରେ ନୀତିଙ୍କୁ ତାଙ୍କ ସୋ" "କୈସି ୟେ ୟାରିୟାଁ"ର ଲୋକପ୍ରିୟତା ଏବଂ ପାର୍ଥ ସମଥାନ୍‌ଙ୍କ ସହିତ ତାଙ୍କ ଯୋଡ଼ିକୁ ନେଇ ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ସେ ମହିଳାମାନେ କଠୋର ଓ ନିୟନ୍ତ୍ରଣକାରୀ ସ୍ୱଭାବର ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ବୋଲି ମତ ରଖିଥିଲେ।Advertisment Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ  "କୈସି ୟେ ୟାରିୟାଁ" ଧାରାବାହିକରେ ନୀତି ଜଣେ ନିରୀହ ଓ ଅନ୍ତର୍ମୁଖୀ ଝିଅର ଭୂମିକା ନିଭାଇଥିବା ବେଳେ ପାର୍ଥଙ୍କୁ ଦେଖିବାକୁ ମିଳିଥିଲା ଜଣେ ଆତ୍ମବିଶ୍ୱାସୀ ଓ ସ୍ପଷ୍ଟବାଦୀ ଯୁବକ ଚରିତ୍ରରେ।

ଏହି ଦୁଇ କଳାକାରଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

ଏହି ଯୋଡ଼ିର ଲୋକପ୍ରିୟତା ସମ୍ପର୍କରେ କହିବା ବେଳେ ନୀତି କହିଥିଲେ ଯେ, ଅଧିକାଂଶ ଝିଅ ଧାରାବାହିକର ନନ୍ଦିନୀଙ୍କ ଚରିତ୍ର ସହ ନିଜକୁ ଯୋଡ଼ିପାରନ୍ତି।

ଏଥିସହ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ ମହିଳାମାନେ କଠୋର ସ୍ୱଭାବର ପୁରୁଷଙ୍କ ପ୍ରତି ବିଶେଷ ଆକର୍ଷିତ ହୁଅନ୍ତି ବୋଲି ସେ ମତ ଦେଇଥିଲେ।

ଜଣେ ପୁରୁଷଙ୍କ କଠୋର କିମ୍ବା ନିୟନ୍ତ୍ରଣକାରୀ ବ୍ୟବହାରକୁ ମହିଳାମାନେ ପସନ୍ଦ କରନ୍ତି ବୋଲି ସେ ଦେଇଥିବା ମନ୍ତବ୍ୟକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ପ୍ରତିକ୍ରିୟା ମିଳିଛି।

କେହି କେହି ଏଭଳି ମନ୍ତବ୍ୟକୁ ସମାଲୋଚନା କରିଥିବା ବେଳେ ପୁଣି କେହି ଏହା ତାଙ୍କର ବ୍ୟକ୍ତିଗତ ପସନ୍ଦ ବୋଲି କହି ତାଙ୍କୁ ସମର୍ଥନ ବି ଦେଇଛନ୍ତି।

Horoscope 2026 September 03: ଜାଣନ୍ତୁ ଆଜିର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।