Rayagada Internet Crisi ରାୟଗଡ଼ା ଜିଲ୍ଲାର ୨୬୧୨ ଗ୍ରାମରୁ ୮୪୦ ଗ୍ରାମକୁ ମୋବାଇଲ ନେଟୱର୍କ ଅପହଞ୍ଚ
"ରାୟଗଡ଼ା (ଶିବପ୍ରସାଦ ଦୋରା): ବର୍ତ୍ତମାନ ସରକାରୀ କ୍ଷେତ୍ରରେ ଆପତ୍ତି ଅଭିଯୋଗ ଦାଖଲ ଠାରୁ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ହେଉ ରାସନକାର୍ଡରେ ନାମ ପଞ୍ଜୀକରଣ ହେଉ ସମସ୍ତ କ୍ଷେତ୍ରରେ ଇଣ୍ଟରନେଟ୍ର ଆବଶ୍ୟକତା ହୋଇଥାଏ।
ଅଙ୍ଗନବାଡ଼ି ଠାରୁ କେନ୍ଦ୍ରସରକାରଙ୍କ ସମସ୍ତ କାର୍ଯ୍ୟରେ ଇଣ୍ଟରନେଟ୍ ଏକ ଜରୁରୀ ପ୍ରସଙ୍ଗ।
ଗୋଟିଏ ପଟେ, ଲୋକଙ୍କୁ ସୁବିଧା ନଦେଇ ପାରିଲେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି, ଅନ୍ୟପଟେ ଆଜି ମଧ୍ୟ ଜିଲ୍ଲାର ଅନେକ ଗାଁରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନାହିଁ।
Advertisment Education: ଦେଶର ୬୭.୪% ସ୍କୁଲରେ ଇଣ୍ଟରନେଟ୍, ଏବେ ବି ପ୍ରାୟ ଏକ-ତୃତୀୟାଂଶ ସ୍କୁଲ ବଞ୍ଚିତ...
ରାୟଗଡା ଭଳି ପାହାଡ଼ ପର୍ବତ ଘେରା ଉପାନ୍ତ ଅଞ୍ଚଳରେ ଜିଲ୍ଲାର ୨ହଜାର ୬୧୨ ଗ୍ରାମରୁ ପାଖାପାଖି ୮୪୦ ଗ୍ରାମରେ ଇଣ୍ଟରନେଟ ଉପଲବ୍ଧ ନାହିଁ ।
ଜିଲ୍ଲାର ପାଖାପାଖି ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୩୪ ପ୍ରତିଶତ ଜନସାଧାରଣ ଇଣ୍ଟରନେଟ ସେବାରୁ ବଞ୍ଚିତ ହୋଇ ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି।ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ କମିସନ ସବୁ ଟୱlରର ଫ୍ରିକ୍ବେନ୍ସି ବଢ଼ାଇ ସବୁ ଜାଗାକୁ ନେଟୱର୍କ ପହଁଚିଲା ଭଳି ନିର୍ଦ୍ଦେଶ ଦେଇଥିଲେ ।
ଏପରିକି ଗୋଟିଏ ଗୋଟିଏ ସ୍ଥାନରେ ଅସ୍ଥାୟୀ ବ୍ୟବସ୍ଥା କରି ନୋ ସେଡୋ ଜୋନ୍ କରିଥିଲେ l ନିର୍ବାଚନ ସରିବl ପରେ ପୁଣି "ଯଥା ପୂର୍ବଂ ତଥା ପରଂ"।
Internet: ୫୦ହଜାର ଗାଁରେ ପହଞ୍ଚିବ ଇଣ୍ଟରନେଟ୍ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ରାୟଗଡା ଜିଲ୍ଲାର ମୁନିଗୁଡା ଓ ପଦ୍ମପୁର ବ୍ଲକକୁ ଆକାଂକ୍ଷା ବ୍ଲକ ଭାବେ ଘୋଷଣା କରିଛନ୍ତି।
ଏହି ବ୍ଲକରେ ମଧ୍ୟ ଅଧିକା ଇଣ୍ଟରନେଟ ସମସ୍ୟା ରହୁଛି ।
ଚଳିତ ବର୍ଷ ଜୁନ ମାସରେ ହୋଇଥିବା ଦିଶା ବୈଠକର ସୂଚନା ଅନୁଯାୟି ଜିଲ୍ଲାରେ ବିଏସଏନଏଲ ୬୦ଟି ୨ଜି ବିଟିଏସ କାର୍ଯ୍ୟ କରୁଥିବା ବେଳେ ୩ଜି ବିଟିଏସ ୫୪ଟି,୪ଜି ବିଟିଏସ ୬୬ଟି ଓ ୧୮ଟି ଏଲ,ଡବ୍ଳ୍ୟ.ଇ ୪ଜି ବିଟିଏସ କାର୍ଯ୍ୟକ୍ଷମ ରହିଛି ।
ଜିଲ୍ଲାରେ ସମସ୍ତ ୧୧ଟି ବ୍ଲକରେ ବିଏସଏନଏଲ ୪ଜି ନେଟୱର୍କ କାର୍ଯ୍ୟକ୍ଷମ ରହିଛି ବୋଲି କୁହାଯାଉଛି ।
କିନ୍ତୁ ଏହା ୧୨ଜନସଂଖ୍ୟା ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ।
ନିକଟରେ କେନ୍ଦ୍ର ସରକାରଙ୍କ ଡିଜିଟାଲ ଭାରତ ନିଧୀ(ଡିବିଏନ୍) ଦ୍ବାରା ପ୍ରଦତ୍ତ ପାଣ୍ଠି ବ୍ୟୟରେ ନିର୍ମାଣ ହେଉଥିବା ମୋବାଇଲ ଟାୱାର ରାସ୍ତା ନଥିବା ଯୋଗୁଁ ୧୬ଟି ସ୍ଥାନରେ ମୋବାଇଲ ଟାୱାର କାର୍ଯ୍ୟକାରୀ ହେଉନଥିବା ନେଇ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟିଙ୍ଗ ଏଜେନ୍ସି(ପି ଆଇ ଏ) କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ।
President launches BSNL-4G: ବିଏସ୍ଏନ୍ଏଲ୍-୪ଜି ଲୋକାର୍ପଣ କଲେ ରାଷ୍ଟ୍ରପତି: ଇଣ୍ଟରନେଟ୍ ସହ ଯୋଡ଼ିହେଲେ ଶିମିଳିପାଳବାସୀ ଡିଜିଟାଲ ଭାରତ ନିଧୀ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାରେ ୭୯୦ ଜିଓ ଟାୱାର କରିବା ପାଇଁ ମଞ୍ଜୁର ହୋଇଥିଲା ।
କିନ୍ତୁ ଏଥିରୁ କେତେ କାର୍ଯ୍ୟକ୍ଷମ ହୋଇଅଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ମୋବାଇଲ ନେଟୱର୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି ।
ଜିଲ୍ଲାର ପିଭିଟିଜିଙ୍କ ପାଇଁ ମଧ୍ୟ ଇଣ୍ଟରନେଟ ସୁବିଧା ଦେବା ପାଇଁ ପଦକ୍ଷେପଗ୍ରହଣ କରାଯାଉଥିବା ଶ୍ରୀ କହଁର ସୂଚନା ଦେଇଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।