Environment: କଲମ ସହିତ ସଂପର୍କ ଓ ପରିବେଶ

Oct 15, 2026 - 05:08
Environment: କଲମ ସହିତ ସଂପର୍କ ଓ ପରିବେଶ

"ସତ୍ୟଭୂଷଣ ରଥ ପୂର୍ବରୁ କଲମ ଏକ ପିଙ୍ଗିବାଯୋଗ୍ୟ ବସ୍ତୁ ନ ଥିଲା।

କାଠି କଲମରୁ ଝର କଲମ ବା ଫାଉଣ୍ଟେନ ପେନ ପର୍ଯ୍ୟନ୍ତ ଯାତ୍ରାରେ କଲମଗୁଡ଼ିକ ମନୁଷ୍ୟର ଅନ୍ତରଙ୍ଗ ସାଥୀ ଭଳି ହୋଇ ରହୁଥିଲେ।

ଖରାପ ହୋଇଗଲେ ସେଗୁଡ଼ିକୁ ମରାମତି କରାଯାଉଥିଲା।

ବ୍ୟବହାରଗତ ସୁବିଧା ଦୃଷ୍ଟିରୁ କାଠି କଲମକୁ ବିସ୍ଥାପନ କଲା ଫାଉଣ୍ଟେନ ପେନ ଓ ତା" ପରେ ସେହି ସମାନ କାରଣରୁ ଫାଉଣ୍ଟେନ ପେନର ସ୍ଥାନ ନେଲା ଡଟ ପେନ ବା ବଲ ପେନ।

କିନ୍ତୁ କଥା ହେଲା, ସମୟ କ୍ରମେ ଆସିଗଲା "ୟୁଜ ଏଣ୍ଡ ଥ୍ରୋ" ବଲ ପେନ ଅର୍ଥାତ୍‌ ବ୍ୟବହାର କର ଓ ତହିଁରେ ଥିବା କାଳି ସରିଗଲା ପରେ ତାକୁ ଫିଙ୍ଗି ଦିଅ।

ସୁତରାଂ, ଏକ ନିର୍ଦ୍ଦିଷ୍ଟ କଲମ ସହିତ ମଣିଷର ଦୀର୍ଘ ସଂପର୍କର ସମ୍ଭାବନା ସରିଗଲା।

ତା" ସହିତ ପ୍ଲାଷ୍ଟିକ ପ୍ରଦୂଷଣରେ ନୂତନ ଅଂଶୀଦାରର ଆବିର୍ଭାବ ଘଟିଲା; ଯଦିଓ ପ୍ଲାଷ୍ଟିକ ପ୍ରଦୂଷଣ କଥା କହିଲେ ପ୍ଲାଷ୍ଟିକ ବ୍ୟାଗ, ବୋତଲ, କପ୍, ଷ୍ଟ୍ର ଓ ପ୍ୟାକେଜିଂ ଇତ୍ୟାଦି କଥା ଉଠୁଥିବା ବେଳେ ଏ ପର୍ଯ୍ୟନ୍ତ ଫିଙ୍ଗା ଯାଉଥିବା କଳମ ଉପରେ ଧ୍ୟାନ ଯାଉନାହିଁ।

Advertisment Neglect: ଭତ୍ତା ବିନା ଭିକ୍ଷାବୃତ୍ତିରେ ବଞ୍ଚିଛନ୍ତି ୭ ବୁଢ଼ାବୁଢ଼ୀ ଆମ ରାଜ୍ୟରେ ହେଉଥିବା ପ୍ଲାଷ୍ଟିକ ପ୍ରଦୂଷଣର ଆକାର ସମ୍ବନ୍ଧରେ ଧାରଣା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରୁ ମିଳେ।

ତାହା ଅନୁସାରେ ୨୦୨୨-୨୩ ମସିହାରେ ୧୧୪ଟି ସହରାଞ୍ଚଳରେ ପ୍ରାୟ ୫୩,୭୯୫ ଟନ୍ ପ୍ଲାଷ୍ଟିକ ଅଳିଆ ବାହାରିଥିଲା।

ଅବଶ୍ୟ, ଆମ ରାଜ୍ୟରେ ପୂର୍ବରୁ "ଥରେ ମାତ୍ର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ" ବିରୋଧରେ ନିୟମ କରାଯାଇଛି ଏବଂ ସେ ନେଇ ସଚେତନତା ସୃଷ୍ଟି ମଧ୍ୟ କରାଯାଉଛି।

ତଥାପି, ଜୁଲାଇ ୨୦୨୨ରେ କାର୍ଯ୍ୟକାରୀ ହୋଇଥିବା "ଜାତୀୟ ନିଷେଧ କଟକଣାଭୁକ୍ତ" ପ୍ଲାଷ୍ଟିକ ସାମଗ୍ରୀ ତାଲିକାରେ କଲମ ନାହିଁ।

ଅଥଚ, ୨୦୨୫ ମସିହାରେ ଶିକ୍ଷା ସହିତ ସଂପର୍କିତ ଏକ ଅଧ୍ୟୟନ ଆକଳନ କରିଥିଲା ଯେ ଭାରତରେ ବାର୍ଷିକ ପ୍ରାୟ ୪୯,୯୨୦ କୋଟି ବଲ ପେନ ନଷ୍ଟ ହୋଇଥାଏ।

ଏଥିରେ ସାମିଲ ଉତ୍ତରଦାତାଙ୍କ ମଧ୍ୟରୁ ୯୭% କହିଥିଲେ ଯେ ସେମାନେ ବଲ ପେନରେ ରିଫିଲ ନ ଭରି ନୂଆ ବଲ ପେନ ନିଅନ୍ତି।

ଏହାର ଅର୍ଥ "ୟୁଜ ଏଣ୍ଡ ଥ୍ରୋ" ସକାଶେ ଉଦ୍ଦିଷ୍ଟ ହୋଇ ନ ଥିବା ବଲ ପେନଗୁଡ଼ିକୁ ମଧ୍ୟ ଥରେ ମାତ୍ର ବ୍ୟବହାର କରି ଫୋପାଡ଼ି ଦିଆଯାଉଛି!

ଏହା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ।

ଏବଂ ଏହି ସର୍ବେକ୍ଷଣରୁ ଜଣା ପଡ଼ିଥିବା ବିସ୍ମୟକର ବିଷୟଟି ହେଲା ଉପରୋକ୍ତ ୯୭% ମଧ୍ୟ ଝର କଲମ ବା ଫାଉଣ୍ଟେନ ପେନର ପୁନଃ ବ୍ୟବହାର ଉପରେ ଗୁରୁତ୍ବ ଦେଇଥିଲେ।

ଏହାର ଅର୍ଥ ସେମାନେ ପ୍ଲାଷ୍ଟିକ ପ୍ରଦୂଷଣ କଥା ବୁଝନ୍ତି, କିନ୍ତୁ "ବ୍ୟବହାର ପରେ ଫିଙ୍ଗି ଦେଉଥିବା" ଅଭ୍ୟାସର ଦାସ ହୋଇଯାଇଛନ୍ତି।

ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ ବଲ ପେନଗୁଡ଼ିକ ଅଦୃଶ୍ୟ।

ଅନେକ ପରିସ୍ଥିତିରେ ବଲ୍ ପେନଗୁଡ଼ିକ ସୁବିଧାଜନକ ଓ ଅତ୍ୟାବଶ୍ୟକ ହୋଇଥାଆନ୍ତି।

ତେଣୁ ଏକ ବାସ୍ତବବାଦୀ ପ୍ରସ୍ତାବ ହେଲା, ଥରେ ବ୍ୟବହାର କଲା ପରେ ବଲ ପେନଗୁଡ଼ିକୁ ତ୍ୟାଜ୍ୟ କରି ନ ଦେଇ ତହିଁରେ ରିଫିଲ ପୂରାଇ ବ୍ୟବହାର କରିବାର ଆଗ୍ରହ ଓ ଅଭ୍ୟାସ ବଢୁ। "ୟୁଡିଆଇଏସ୍‌ଇ ପ୍ଲସ"ର ତଥ୍ୟ ଅନୁଯାୟୀ ୨୦୨୪-୨୫ରେ ଓଡ଼ିଶାରେ ପ୍ରାୟ ୬୧,୫୬୫ ସ୍କୁଲ ଏବଂ ୭୬.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି।

ସେମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ସଂପର୍କିତ ସଚେତନତା ସୃଷ୍ଟି କରି ଏକ ପାଇଲଟ ପ୍ରକଳ୍ପ କରାଯିବା ଆବଶ୍ୟକ, ଯେଉଁଠି ଫାଉଣ୍ଟେନ ପେନର ପୁନଃ ପ୍ରଚଳନ ମହତ୍ତ୍ବ ପାଇବ।

୨୦୨୫ ମସିହା, ମାର୍ଚ୍ଚ ମାସରେ ଆବର୍ଜନା ହ୍ରାସ କରିବା ପାଇଁ ତିରୁଚିରାପଲ୍ଲୀ କର୍ପୋରେସନ ପକ୍ଷରୁ ୩୦୦ ପୌର-ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫାଉଣ୍ଟେନ ପେନର ପ୍ରଚଳନ ଦିଗରେ ପ୍ରୟାସ କରାଯାଇଥିଲା।

କେରଳର ରାଜଧାନୀ ତିରୁଅନନ୍ତପୁରମରେ "ଗ୍ରିନ ଚାମ୍ପ୍‌ସ: ଇଙ୍କ ସିଫ୍‌ଟ" ପକ୍ଷରୁ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନ ଉଦ୍ୟମ କରାଯାଇଛି।

ଆମ ରାଜ୍ୟରେ ମଧ୍ୟ ଏଭଳି ପରିବେଶ ଅନୁକୂଳ ଅଭିଯାନ କାର୍ଯ୍ୟକାରୀ କରାଯିବା ଉଚିତ।

ଫାଉଣ୍ଟେନ ବ୍ୟବହାର ପରିପ୍ରେକ୍ଷୀରେ ଯେଉଁ ପ୍ରାରମ୍ଭିକ ସମସ୍ୟା ଦେଖାଯିବ, ତାହା ହେଲା ବଜାରରେ ସ୍ୟାହି ଓ ନିବ ଆଦିର ଉପଲବ୍‌ଧତା ଏବଂ ସ୍ୟାହିର ବ୍ୟବହାର କଲାବେଳେ ସତର୍କତା ଅବଲମ୍ବନ, ଯେମିତି କାଳିର ରଙ୍ଗ ଦ୍ବାରା ଛାତ୍ରଛାତ୍ରୀଙ୍କ ପୋଷାକପତ୍ରରେ ଦାଗ ନ ଲାଗେ।

ତେଣୁ, ଘରେ ଅଭିଭାବକ ଏବଂ ସ୍କୁଲରେ ଶିକ୍ଷକମାନେ ଏ ଦିଗରେ ବିଶେଷ ଧ୍ୟାନ ଦେବା ଉଚିତ।

ଏହା ମଧ୍ୟ ଏକ ବ୍ୟାବହାରିକ ବାସ୍ତବତା ଯେ ଫାଉଣ୍ଟେନ ପେନ ବ୍ୟବହାର ଆର୍ଥିକ ଦୃଷ୍ଟିରୁ ମଧ୍ୟ ଶସ୍ତା ହେବ।

Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍‌ଦଣ୍ଡ ପୂର୍ବ ପିଢ଼ିର ଯେଉଁମାନେ ଫାଉଣ୍ଟେନ ପେନ ସହିତ ବଢ଼ିଛନ୍ତି, ସେମାନେ ସାକ୍ଷ୍ୟ ଦେବେ କିଭଳି ଏହା ଫଳରେ କଲମ ସହିତ ଛାତ୍ରଛାତ୍ରୀମାନଙ୍କ ସଂପର୍କ ଘନିଷ୍ଠ ଓ ଜୈବିକ ହୋଇ ଉଠୁଥିଲା।

କଲମଟିଏ ହଜିଗଲେ ଖାଇବା ନ ରୁଚିବା, ତାକୁ ବାରମ୍ବାର ଖୋଜିବା ଓ ଝୁରି ହେବା ବିଷୟ ଆଜିର ପିଲାମାନଙ୍କୁ କାଳ୍ପନିକ କାହାଣୀ ଭଳି ଲାଗିପାରେ!

କିନ୍ତୁ ସଂପର୍କର ସ୍ଥାୟିତ୍ବ ବିଷୟ ବୁଝିବା ଲାଗି ତାହା ହିଁ ଥିଲା ମୂଳ ପାଠ।

ତେଣୁ କେବଳ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇବା ନୁହେଁ, କଲମ ସହିତ ଅତୀତର ସେହି ଜୈବିକ ସଂପର୍କକୁ ପୁନରାବିଷ୍କାର କରିବାରେ ଆମ ପିଲାମାନେ ଯଦି ସମର୍ଥ ହେବେ, ତାହା ମଧ୍ୟ ଏକ ବଡ଼ ଉପଲବ୍‌ଧି ହେବ।(ମତାମତ ଲେଖକଙ୍କ ନିଜସ୍ବ)ପ୍ରତିଷ୍ଠାତା ଉପାଧ୍ୟକ୍ଷ, ଓଡ଼ିଶା କ୍ଲିନ୍‌ଟେକ୍‌ ଆସୋସିଏସନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।