Stree 3: ୨୦୨୮ରେ ଆସିବ ସ୍ତ୍ରୀ ୩
"ଲୋକପ୍ରିୟ ହରର୍-କମେଡି ଫ୍ରାଞ୍ଚାଇଜ୍ "ସ୍ତ୍ରୀ"ର ପ୍ରଶଂସକଙ୍କ ପାଇଁ ଖୁସି ଖବର।
ସିନେମାର ପ୍ରଥମ ଦୁଇଟି ଭାଗକୁ ଦର୍ଶକଙ୍କର ପ୍ରଚୁର ଭଲପାଇବା ମିଳିଥିବାବେଳେ ଏବେ ତୃତୀୟ ଭାଗକୁ ନେଇ ଆସିଛି ଏକ ବଡ଼ ସୂଚନା।
ରାଜକୁମାର ରାଓଙ୍କ ଅଭିନୀତ "ସ୍ତ୍ରୀ ୩" ୨୦୨୮ ମସିହାରେ ରିଲିଜ୍ ହେବ ବୋଲି ନିର୍ମାତା ଦିନେଶ ବିଜନ ସ୍ପଷ୍ଟ କରିଛନ୍ତି।
ପୂର୍ବ ଦୁଇ ଭାଗ ପରି ଏଥର ମଧ୍ୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସିନେମାର ମୁଖ୍ୟ ନାରୀ ଚରିତ୍ରରେ ଦେଖିବାକୁ ମିଳିବ।
Advertisment Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି" ତେବେ "ସ୍ତ୍ରୀ ୩"ର ନିର୍ଦ୍ଦିଷ୍ଟ ମୁକ୍ତିଲାଭ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।
୨୦୨୮ର ସ୍ୱାଧୀନତା ଦିବସ କିମ୍ବା ଖ୍ରୀଷ୍ଟମାସ ସମୟରେ ଫିଲ୍ମଟି ପରଦାକୁ ଆସିପାରେ ବୋଲି ନିର୍ମାତା ସଙ୍କେତ ଦେଇଛନ୍ତି।
ଅଭିନେତା ରାଜକୁମାର ରାଓ ଓ ନିର୍ମାତା ଦିନେଶ ବିଜନ ଏକ କାର୍ଯ୍ୟକ୍ରମରେ "ସ୍ତ୍ରୀ ୩" ସମ୍ପର୍କରେ ଏହି ସୂଚନା ଦେଇଛନ୍ତି।
ନିର୍ଦ୍ଦେଶକ ଅମର କୌଶିକ ଇତିମଧ୍ୟରେ ଫିଲ୍ମର କାହାଣୀ ରଚନା ସମାପ୍ତ କରିଥିବା ଜଣାପଡ଼ିଛି।
ଯଦିଓ କାହାଣୀ ସମ୍ପର୍କରେ ନିର୍ମାତା ବଡ଼ ଖୁଲାସା କରିନାହାନ୍ତି, ତେବେ "ସ୍ତ୍ରୀ" ଫ୍ରାଞ୍ଚାଇଜ୍ରେ ଦର୍ଶକ ଯେଉଁ ସବୁ ଉପାଦାନକୁ ପସନ୍ଦ କରିଆସିଛନ୍ତି, ସେଗୁଡ଼ିକୁ ନୂଆ ଭାଗରେ ମଧ୍ୟ ରଖାଯିବ ବୋଲି ନିର୍ମାତା ପରୋକ୍ଷରେ ସଙ୍କେତ ଦେଇଛନ୍ତି।
ତୃତୀୟ ଭାଗର କାହାଣୀ କେଉଁ ଦିଗକୁ ଯିବ ଏବଂ ପୂର୍ବ ଦୁଇ ଭାଗର କାହାଣୀ ସହ ଏହାର ସମ୍ପର୍କ କିପରି ରହିବ, ସେ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ "ସ୍ତ୍ରୀ" ରିଲିଜ୍ ହୋଇଥିବା ବେଳେ ଏହାର ଦ୍ୱିତୀୟ ଭାଗ "ସ୍ତ୍ରୀ ୨" ୨୦୨୪ରେ ପରଦାକୁ ଆସିଥିଲା।
ଉଭୟ ଭାଗରେ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ।
Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।