Environmental Concern: ପରିବେଶ ଚିନ୍ତା: ସିନେମା ହଲ୍‌କୁ କରନ୍ତୁ ପରିବେଶ-ଅନୁକୂଳ

Sep 18, 2026 - 07:28
Environmental Concern: ପରିବେଶ ଚିନ୍ତା: ସିନେମା ହଲ୍‌କୁ କରନ୍ତୁ ପରିବେଶ-ଅନୁକୂଳ

"ସିନେମା ହଲ୍‌ଗୁଡ଼ିକ କେବଳ ମନୋରଞ୍ଜନର ସ୍ଥାନ ନୁହେଁ, ଏଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଯା"ଆସ ହୋଇଥାଏ।

ଏଠାରେ ପ୍ରତିଦିନ ବିଦ୍ୟୁତ୍‌ର ବହୁଳ ଉପଯୋଗ ସଙ୍ଗକୁ ପ୍ଲାଷ୍ଟିକ ବ୍ୟବହାର ଓ ଆବର୍ଜନା ସୃଷ୍ଟି ହୋଇଥାଏ।

ପପ୍‌କର୍ଣ୍ଣର ଖାଲି ପ୍ୟାକେଟ୍‌ଠାରୁ ନେଇ ପାଣି ବୋତଲ ପର୍ଯ୍ୟନ୍ତ ଛୋଟ ଛୋଟ ବର୍ଜ୍ୟ ପରିବେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ।

ତେଣୁ ମନୋରଞ୍ଜନ ସହ ପରିବେଶ ସୁରକ୍ଷାକୁ ଯୋଡ଼ିବାର ସମୟ ଆସିଛି।Advertisment Supremecourt: ହିନ୍ଦୀରେ "ଜନ ସୂଚନା ସେବା" ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ l ସିନେମା ହଲ୍‌ରେ ପ୍ଲାଷ୍ଟିକ୍‌ ବୋତଲ, କପ୍‌, ଚାମଚ ଓ ଅନ୍ୟାନ୍ୟ ଏକଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ବଦଳରେ ପୁନଃବ୍ୟବହାର ଉପଯୋଗୀ ସାମଗ୍ରୀ ବ୍ୟବହାର କରିବା ଉଚିତ।l ଓଦା ଓ ଶୁଖିଲା ଆବର୍ଜନା ପାଇଁ ଅଲଗା ଡଷ୍ଟବିନ୍‌ ରଖିବା ଉଚିତ।

ପ୍ଲାଷ୍ଟିକ୍‌, କାଗଜ ଓ ଖାଦ୍ୟ ବର୍ଜ୍ୟକୁ ଅଲଗା କଲେ ପୁନଃଚକ୍ରଣ କରିବା ସହଜ ହୁଏ।l କାଗଜ ଟିକେଟ୍‌ ଓ ବିଲ୍‌ ବଦଳରେ ଇ-ଟିକେଟ୍‌ ଓ ଡିଜିଟାଲ୍‌ ବିଲ୍‌ ବ୍ୟବହାର କରିବା ଉଚିତ।

ଏହାଦ୍ୱାରା କାଗଜର ବ୍ୟବହାର କମିବ।l ଆବଶ୍ୟକତା ନଥିବା ସମୟରେ ଲାଇଟ୍‌, ଏସି ଓ ଅନ୍ୟ ବିଦ୍ୟୁତ୍‌ ଉପକରଣ ବନ୍ଦ ରଖିବା ଉଚିତ।

ଏହାଦ୍ୱାରା ବିଦ୍ୟୁତ୍‌ ସଞ୍ଚୟ ହେବ।

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ l ପୁରୁଣା ବଲ୍‌ବ ବଦଳରେ ଏଲଇଡି ଲାଇଟ୍‌ ବ୍ୟବହାର କରିବା ଉଚିତ।

ଏଥିରେ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚ ହୁଏ।l ୱାସ୍‌ରୁମ୍‌ରେ ପାଣି ଲିକ୍‌ କରୁଥିବା ଟ୍ୟାପ୍‌ ଶୀଘ୍ର ମରାମତି କରିବା ଉଚିତ।

ପାଣି ସଞ୍ଚୟ କରୁଥିବା ଟ୍ୟାପ୍‌ ଓ ଫ୍ଲସ୍‌ ବ୍ୟବହାର କଲେ ପାଣି ଅପଚୟ କମିବ।l ପପ୍‌କର୍ଣ୍ଣ, ଖାଦ୍ୟ ଓ ପାନୀୟ ପାଇଁ ପ୍ଲାଷ୍ଟିକ୍‌ ପ୍ୟାକେଟ୍‌ ବଦଳରେ କାଗଜ କିମ୍ବା ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରିବା ଉଚିତ।l ଦର୍ଶକମାନେ ନିଜ ଗାଡ଼ି ବଦଳରେ ବସ୍‌, ଟ୍ରେନ୍‌, ମେଟ୍ରୋ କିମ୍ବା କ୍ୟାବ୍ ବ୍ୟବହାର କରିପାରନ୍ତି।

ଏହାଦ୍ୱାରା ଇନ୍ଧନ ବ୍ୟବହାର ଓ ବାୟୁ ପ୍ରଦୂଷଣ କମିବ।

ଏଥିସହ ସାଇକେଲ୍‌ ପାଇଁ ମଧ୍ୟ ପାର୍କିଂ ବ୍ୟବସ୍ଥା ରହିବା ଉଚିତ।l ଥିଏଟର୍‌ର ଖାଲି ସ୍ଥାନ, ପାର୍କିଂ ପାଖ ଓ ଛାତରେ ଗଛ ଲଗାଇବା ଉଚିତ।

ଏହାଦ୍ୱାରା ଥିଏଟର ପରିସର ସବୁଜ ଓ ସୁନ୍ଦର ହେବ।l ଫିଲ୍ମ ଆରମ୍ଭ ପୂର୍ବରୁ ଛୋଟ ପରିବେଶ ସଚେତନତା ବାର୍ତ୍ତା ଦେଖାଇବା ଉଚିତ।

ଏଥିରେ ଡଷ୍ଟବିନ୍‌ ବ୍ୟବହାର, ପ୍ଲାଷ୍ଟିକ୍‌ ନ ଫିଙ୍ଗିବା ଓ ଖାଦ୍ୟ ଅପଚୟ ନ କରିବା ପାଇଁ ଦର୍ଶକଙ୍କୁ କୁହାଯାଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।