Environmental Organization: ପରିବେଶ ସଂଗଠନ: ୱାନ୍‌ ଟ୍ରି ପ୍ଲାଣ୍ଟେଡ୍

Oct 06, 2026 - 08:42
Environmental Organization: ପରିବେଶ ସଂଗଠନ: ୱାନ୍‌ ଟ୍ରି ପ୍ଲାଣ୍ଟେଡ୍

"ଗୋଟିଏ ଛୋଟ ଚାରା, ହୁଏତ ଆଜି ଏହାର ଉଚ୍ଚତା ମାତ୍ର କିଛି ଇଞ୍ଚ।

କିନ୍ତୁ ସମୟ ସହ ଏହି ଚାରା ଦିନେ ଏକ ବଡ଼ ଗଛରେ ପରିଣତ ହୋଇପାରେ।

ଦେଇପାରେ ଛାଇ, ଫଳ ଓ ଅମ୍ଳଜାନ।

ଅନେକ ପକ୍ଷୀ ଓ ଜୀବଜନ୍ତୁଙ୍କୁ ଦେଇପାରେ ଆଶ୍ରୟ।

ଆଉ ଏମିତି ଲକ୍ଷ ଲକ୍ଷ ଚାରା ମିଶି ପୁଣି ତିଆରି କରିପାରନ୍ତି ବିଶାଳ ଜଙ୍ଗଲ।

ଏହି ଚିନ୍ତାଧାରାକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ କାମ କରୁଛି "ୱାନ୍ ଟ୍ରି ପ୍ଲାଣ୍ଟେଡ୍" ସଂଗଠନ।Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ୨୦୧୪ରେ ଆମେରିକାରେ ଆରମ୍ଭ ହୋଇଥିବା ଏହି ସଂଗଠନର ମୁଖ୍ୟ ଲକ୍ଷ୍ୟ ହେଉଛି ବନ ପୁନରୁଦ୍ଧାର।

ସଂଗଠନଟି ନିଜେ ସବୁଠି ଗଛ ଲଗାଇବା ପରିବର୍ତ୍ତେ ସ୍ଥାନୀୟ ସଂଗଠନ, ବିଶେଷଜ୍ଞ ଓ ସମୁଦାୟ ସହ ମିଶି ବିଭିନ୍ନ ପ୍ରକଳ୍ପ କରେ।

ଚାରା ପ୍ରସ୍ତୁତିଠାରୁ ଆରମ୍ଭ କରି ଗଛ ଲଗାଇବା, ତାହାର ଯତ୍ନ ନେବା ଏବଂ ବଞ୍ଚିଥିବା ଗଛର ନିରୀକ୍ଷଣ ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ ଗୁରୁତ୍ୱ ଦିଆଯାଏ।

ଏବେ "ୱାନ୍ ଟ୍ରି ପ୍ଲାଣ୍ଟେଡ୍" ସଂଗଠନ ଉତ୍ତର ଆମେରିକା, ଲାଟିନ୍ ଆମେରିକା, ଆଫ୍ରିକା, ଏସିଆ, ୟୁରୋପ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମେତ ୪୭ରୁ ଅଧିକ ଦେଶରେ ବିଭିନ୍ନ ସହଯୋଗୀ ସଂଗଠନ ସହ କାମ କରୁଛି।

ସଂଗଠନର ତଥ୍ୟ ଅନୁସାରେ, ୨୦୨୪ ସୁଦ୍ଧା ୮୪ଟି ଦେଶରେ ୪୮୯ଟି ପାର୍ଟନରଙ୍କ ସହ ମିଶି ୧୭୧ ମିଲିୟନ୍‌ରୁ ଅଧିକ ଗଛ ଲଗାଯାଇଛି।

ତେବେ ଏହାର କାମ କେବଳ ଗଛ ଲଗାଇବାରେ ସୀମିତ ନୁହେଁ।

ଜୈବବିବିଧତାର ସୁରକ୍ଷା, ମାଟି ଓ ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଇବା ସହ ସ୍ଥାନୀୟ ଲୋକଙ୍କ ଜୀବିକାକୁ ସହାୟତା କରିବା ମଧ୍ୟ ଏହାର ଲକ୍ଷ୍ୟ।

Horoscope 2026 October 05: ଜାଣନ୍ତୁ ଆଜିର ରାଶିଫଳ...

ଭାରତରେ ମଧ୍ୟ "ୱାନ୍ ଟ୍ରି ପ୍ଲାଣ୍ଟେଡ୍" ବିଭିନ୍ନ ପ୍ରକଳ୍ପରେ କାମ କରୁଛି।

ନାଗରହୋଲ ଓ ବାନ୍ଦିପୁର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫଳ ଓ ଔଷଧୀୟ ଗଛ ଲଗାଇ ବନ୍ୟଜନ୍ତୁଙ୍କ ବାସସ୍ଥାନକୁ ସୁରକ୍ଷିତ କରାଯାଉଛି।

ସୁନ୍ଦରବନରେ ମହିଳାମାନଙ୍କୁ ସାମିଲ କରି ହେନ୍ତାଳ ବନ ପୁନରୁଦ୍ଧାର ଭଳି କାମ ମଧ୍ୟ କରାଯାଉଛି।

ଓଡ଼ିଶାରେ ମଧ୍ୟ ଏହି ପ୍ରୟାସର ଏକ ଉଦାହରଣ ରହିଛି।

ଘୂର୍ଣ୍ଣିବାତ୍ୟା "ଫନି" ପରେ ପୁରୀ ଅଞ୍ଚଳରେ ପ୍ରଭାବିତ ପରିବାରମାନଙ୍କ ସହାୟତା ପାଇଁ ଫଳ ଗଛ ଲଗାଇବାର ପ୍ରକଳ୍ପ ହୋଇଥିଲା।

ଏହା ମାଧ୍ୟମରେ ପରିବେଶ ପୁନରୁଦ୍ଧାର ସହ ପରିବାରଗୁଡ଼ିକର ଖାଦ୍ୟ ଓ ଆୟର ସୁଯୋଗ ବଢ଼ାଇବାକୁ ଚେଷ୍ଟା କରାଯାଇଥିଲା।

ଗୋଟିଏ ଗଛ ହୁଏତ ସାରା ପୃଥିବୀକୁ ବଦଳାଇ ପାରିବ ନାହିଁ।

କିନ୍ତୁ ଲକ୍ଷ ଲକ୍ଷ ଗଛ ମିଶି ଏକ ଜଙ୍ଗଲ ତିଆରି କରିପାରିବେ।

ଆଉ ସେହି ଜଙ୍ଗଲ ହିଁ ଆମ ପୃଥିବୀକୁ ଅଧିକ ସବୁଜ, ସୁସ୍ଥ ଓ ସୁରକ୍ଷିତ କରିପାରେ।

ତେଣୁ ଏହି ଅଭିଯାନର ବାର୍ତ୍ତା ବେଶ୍‌ ସରଳ- ଆଜି ଗୋଟିଏ ଚାରା ଲଗାନ୍ତୁ, ଯାହା ଆସନ୍ତାକାଲି ଏକ ସବୁଜ ଭବିଷ୍ୟତର ଆଧାର ହୋଇପାରେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।