Environmental Warrior: ପରିବେଶ ଯୋଦ୍ଧା: ହିମାଳୟରେ ଆବର୍ଜନା ସଫା କରୁଛନ୍ତି ୟୁଲାମ୍ ଓ ସାଥୀ
ହିମାଳୟର ବରଫାଚ୍ଛନ୍ନ ପାହାଡ଼, ନିର୍ମଳ ଝରଣା ଓ ସବୁଜ ଉପତ୍ୟକା ପ୍ରକୃତିର ଅପୂର୍ବ ଉପହାର।
କିନ୍ତୁ ମଣିଷର ଅସଚେତନତା ଯେତେବେଳେ ଏହି ସୌନ୍ଦର୍ଯ୍ୟକୁ ପ୍ଲାଷ୍ଟିକ୍, ବୋତଲ ଓ ଅନ୍ୟ ଆବର୍ଜନାରେ ଭରିଦିଏ, ସେତେବେଳେ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ଆସନ୍ତି କିଛି ସଚେତନ ମଣିଷ।
ହିମାଚଳପ୍ରଦେଶ ର ଦୁର୍ଗମ ପାର୍ବତ୍ୟ ପଥରେ ଏଭଳି ଏକ ନିଆରା ପରିବର୍ତ୍ତନର କାହାଣୀ ଲେଖୁଛନ୍ତି 'ହିମାଳୟନ୍ ଟ୍ରାଇବ୍ ଫାଉଣ୍ଡେସନ୍'ର ସଦସ୍ୟମାନେ।
ଏହି ସଂଗଠନ ଏଯାଏଁ ୫୦୦ ଟନ୍ରୁ ଅଧିକ ଆବର୍ଜନା ସଫା କରି ପରିବେଶ ସୁରକ୍ଷାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି।
Advertisment Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ ସଂସ୍ଥାର ପ୍ରତିଷ୍ଠାତା ଆର୍.
ପି.
ନେଗି ୟୁଲାମ୍ ଶ୍ରୀଖଣ୍ଡ ମହାଦେବ ଓ କିନ୍ନୌର କୈଳାସ ଯାତ୍ରା ସମୟରେ ବରଫ ତଳେ ପୋତି ହୋଇ ରହିଥିବା ପ୍ଲାଷ୍ଟିକ୍ ଓ ଅନ୍ୟ ଆବର୍ଜନା ଦେଖିଥିଲେ।
ଏହି ଦୃଶ୍ୟ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା।
ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଆବର୍ଜନା ସଂଗ୍ରହ ଓ ପରିଚାଳନା ବ୍ୟବସ୍ଥାର ଅଭାବ ତାଙ୍କୁ ଏ ଦିଗରେ କାମ କରିବାକୁ ପ୍ରେରଣା ଦେଇଥିଲା।
ପ୍ରତିବର୍ଷ ସଂସ୍ଥା ପକ୍ଷରୁ ଆଠଟି ପ୍ରମୁଖ ସଫେଇ ଅଭିଯାନ ଆୟୋଜନ କରାଯାଏ।
କିନ୍ନୌର କୈଳାସ ଓ ୟୁଲା କଣ୍ଡାରେ ଦୁଇଥର ଲେଖାଏଁ, ଶ୍ରୀଖଣ୍ଡ ମହାଦେବରେ ଦୁଇଥର, ରାଣୀ କଣ୍ଡା, ବାବା ପାସ୍ ଓ ମଣିମହେଶରେ ଥରେ ଲେଖାଏଁ ସଫେଇ କରାଯାଏ।
ପ୍ରତ୍ୟେକ ଅଭିଯାନରେ ସାଧାରଣତଃ ୧୫ରୁ ୨୦ ଜଣ ସ୍ୱେଚ୍ଛାସେବୀ ସାମିଲ ହୁଅନ୍ତି।
ଏହି ଅଞ୍ଚଳଗୁଡ଼ିକରେ ରାସ୍ତା, ଡଷ୍ଟବିନ୍ କିମ୍ବା ଆବର୍ଜନା ବୋହିବା ଗାଡ଼ିର ସୁବିଧା ନଥିବାରୁ ସ୍ୱେଚ୍ଛାସେବୀମାନେ ନିଜ କାନ୍ଧରେ ଆବର୍ଜନା ବୋହି ତଳକୁ ଆଣନ୍ତି।
ଶ୍ରୀଖଣ୍ଡ ମହାଦେବର ଯାତ୍ରାପଥ ଗୋଟିଏ ପଟେ ପ୍ରାୟ ୩୫ କିଲୋମିଟର ଲମ୍ବା।
ଏପରି ଦୁର୍ଗମ ରାସ୍ତାରେ ପ୍ରତିକୂଳ ପାଗ ଓ ଅମ୍ଳଜାନର ଅଭାବ ସତ୍ତ୍ୱେ ସେମାନେ ନିଜ ଅଭିଯାନ ଜାରି ରଖିଛନ୍ତି।
Cyclone: ଶୂନ ମୃତାହତ ଆମର ଲକ୍ଷ୍ୟ, ୧୧,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବ: ଜିଲ୍ଲାପାଳ ଏହି ଅଭିଯାନ କେବଳ ଆବର୍ଜନା ସଫା କରିବାରେ ସୀମିତ ନୁହେଁ।
ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ପରିବେଶ ସୁରକ୍ଷା ପାଇଁ ମଧ୍ୟ ସଚେତନ କରାଉଛନ୍ତି।
କିନ୍ନୌରର ସ୍ଥାନୀୟ ବାସିନ୍ଦା ୟୁଲୁମ୍ଙ୍କ ଅନୁସାରେ, ଏବେ ଗ୍ରାମବାସୀମାନେ ଆବର୍ଜନା ଜମା ହେଉଥିବା ସ୍ଥାନ ସମ୍ପର୍କରେ ସୂଚନା ଦେବା ସହ ସଫେଇ କାର୍ଯ୍ୟରେ ମଧ୍ୟ ଯୋଗ ଦେଉଛନ୍ତି।
ସଂସ୍ଥା ପକ୍ଷରୁ ରାମପୁର ବୁଶହରରେ ଆବର୍ଜନା ପରିଚାଳନା, ବୃକ୍ଷରୋପଣ, ଐତିହ୍ୟର ପୁନରୁଦ୍ଧାର ଓ ଶୀତବସ୍ତ୍ର ବଣ୍ଟନ ଭଳି କାର୍ଯ୍ୟ ମଧ୍ୟ କରାଯାଉଛି।
ସରକାରୀ ସଂସ୍ଥା ଓ ସ୍ଥାନୀୟ ପ୍ରଶାସନ ସହ ସହଯୋଗ ମାଧ୍ୟମରେ ଏହି ଉଦ୍ୟମକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରହିଛି।
ପାହାଡ଼କୁ ଭଲ ପାଇବାର ଅର୍ଥ କେବଳ ତାହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ନୁହେଁ, ବରଂ ତାହାକୁ ସୁରକ୍ଷିତ ରଖିବା ମଧ୍ୟ ଜରୁରି।
ହିମାଳୟନ୍ ଟ୍ରାଇବ୍ ଫାଉଣ୍ଡେସନ୍ର ଏହି ଅଭିଯାନ ପ୍ରମାଣ କରୁଛି ଯେ ସାମୂହିକ ଉଦ୍ୟମ ଓ ଦାୟିତ୍ୱବୋଧ ଦ୍ୱାରା ପ୍ରକୃତି ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରାଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।