EPFO UPI Withdrawal: ଇପିଏଫ୍ଓର ବଡ଼ ଅପଡେଟ୍! ଏଣିକି ୟୁପିଆଇ ଜରିଆରେ ଉଠାଇପାରିବେ ପିଏଫ୍ ଟଙ୍କା, ଜାଣନ୍ତୁ ନୂଆ ନିୟମ…
"ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୩୦ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଆସିପାରେ ଏକ ନୂଆ ଡିଜିଟାଲ୍ ସୁବିଧା।
ଏଣିକି ଭବିଷ୍ୟନିଧି (ପିଏଫ୍) ଖାତାରୁ ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ ହୋଇପାରେ।
ଏଥିପାଇଁ ୟୁଏଏନ୍ ପୋର୍ଟାଲ୍କୁ ୟୁପିଆଇ ସହ ଯୋଡ଼ିବା ନେଇ ପ୍ରସ୍ତୁତି ଚାଲିଥିବା ରିପୋର୍ଟରେ କୁହାଯାଇଛି।Advertisment ଏହି ସୁବିଧା ଆରମ୍ଭ ହେଲେ ଯୋଗ୍ୟ ଖାତାଧାରୀମାନେ ନିଜ ପିଏଫ୍ ଟଙ୍କାର ଏକ ଅଂଶ ଶୀଘ୍ର ଉଠାଇପାରିବେ।
ତେବେ ଏହି ସୁବିଧା କେବେଠାରୁ ଆରମ୍ଭ ହେବ ଏବଂ ଏଥିପାଇଁ କେଉଁ ସର୍ତ୍ତ ରହିବ, ସେନେଇ ଅଧିକାରିକ ଘୋଷଣାକୁ ଅପେକ୍ଷା କରିବାକୁ ପଡ଼ିବ।
ଆହୁରି ପଢ଼ନ୍ତୁ- Illegal Codeine Cough Syrup Trade ଜଗତସିଂହପୁରରେ ୫୫ ବୋତଲ ନିଷିଦ୍ଧ କୋଡିନ କଫ୍ ସିରପ୍ ଜବତ, ପେଷାଦାର ବେପାରୀ ଗିରଫ ୟୁଏଏନ୍ ପୋର୍ଟାଲ୍ ସହ ଯୋଡ଼ିହେବ ୟୁପିଆଇ ବର୍ତ୍ତମାନ ପିଏଫ୍ ଟଙ୍କା ଉଠାଇବା ପାଇଁ ଖାତାଧାରୀମାନଙ୍କୁ ୟୁଏଏନ୍ ପୋର୍ଟାଲ୍ ଜରିଆରେ ଅନ୍ଲାଇନ୍ ଆବେଦନ କରିବାକୁ ପଡ଼ୁଛି।
ଏହାପରେ ଇପିଏଫ୍ଓ ଆବେଦନ ଯାଞ୍ଚ କରି ଟଙ୍କାକୁ ଖାତାଧାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇଥାଏ।
ଏହି ପ୍ରକ୍ରିୟାରେ କିଛି ସମୟ ଲାଗିଥାଏ।
ନୂଆ ବ୍ୟବସ୍ଥାରେ ୟୁଏଏନ୍ ପୋର୍ଟାଲ୍କୁ ୟୁପିଆଇ ସେବା ସହ ଯୋଡ଼ିବାର ଯୋଜନା ରହିଛି।
ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ଆଣିବା ନେଇ ମଧ୍ୟ ରିପୋର୍ଟରେ କୁହାଯାଇଛି।
ଏହା ଜରିଆରେ ଖାତାଧାରୀମାନେ ଭିମ୍ (BHIM), ଫୋନ୍ପେ ଓ ଗୁଗୁଲ୍ ପେ ଭଳି ୟୁପିଆଇ ଆପ୍ ବ୍ୟବହାର କରି ଟଙ୍କା ଉଠାଇବାର ସୁବିଧା ପାଇପାରନ୍ତି।
ପିଏଫ୍ ଖାତାରୁ କେତେ ଟଙ୍କା ଉଠାଇପାରିବେ?
ରିପୋର୍ଟ ଅନୁସାରେ, ନୂଆ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ଖାତାଧାରୀମାନେ ନିଜ ପିଏଫ୍ ଜମାରାଶିର ୭୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇବାର ସୁଯୋଗ ପାଇପାରନ୍ତି।
ତେବେ ଏହା ଚୂଡ଼ାନ୍ତ ଭାବେ ଲାଗୁହେବ କି ନାହିଁ, ସେନେଇ ଅଧିକାରିକ ନିୟମ ସ୍ପଷ୍ଟ ହେବା ଆବଶ୍ୟକ।
ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ, ପିଏଫ୍ ଖାତାରେ ୨୫ ପ୍ରତିଶତ ଟଙ୍କା ରଖିବାକୁ ପଡ଼ିପାରେ।
ଏହାଦ୍ୱାରା ଅବସର ପରେ ଆର୍ଥିକ ସୁରକ୍ଷା ପାଇଁ କିଛି ଜମାରାଶି ଖାତାରେ ରହିବ।
ଆହୁରି ପଢ଼ନ୍ତୁ- Election: ଏବିଭିପି ଖାତାକୁ ଗଲା ତାଳଚେର କଲେଜ ଛାତ୍ର ସଭାପତି ପଦ କେଉଁ କାମ ପାଇଁ ଉଠାଇପାରିବେ ଟଙ୍କା?
ପିଏଫ୍ ଟଙ୍କା ଉଠାଇବାର ଏହି ସୁବିଧା ଆରମ୍ଭ ହେଲେ ଯୋଗ୍ୟ ଖାତାଧାରୀମାନେ ବିଭିନ୍ନ ଜରୁରୀ ଆବଶ୍ୟକତା ପାଇଁ ଟଙ୍କା ଉଠାଇପାରିବେ।
ଯେପରିକି:• ପିଲାଙ୍କ ପାଠପଢ଼ା ଖର୍ଚ୍ଚ• ବିବାହ ଖର୍ଚ୍ଚ• ଚିକିତ୍ସା ଖର୍ଚ୍ଚ• ଘର ତିଆରି କିମ୍ବା ଘର ସମ୍ବନ୍ଧୀୟ ଆବଶ୍ୟକତାତେବେ ଏସବୁ କ୍ଷେତ୍ରରେ ଟଙ୍କା ଉଠାଇବା ପାଇଁ ଲାଗୁ ନିୟମ ଓ ଯୋଗ୍ୟତା ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ଇପିଏଫ୍ଓରେ ରହିଛନ୍ତି ୩୦ କୋଟିରୁ ଅଧିକ ଖାତାଧାରୀ ରିପୋର୍ଟ ଅନୁସାରେ, ଇପିଏଫ୍ଓର ମୋଟ ଜମାରାଶି ପ୍ରାୟ ୨୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ସଂଗଠନରେ ୩୦ କୋଟିରୁ ଅଧିକ ଖାତାଧାରୀ ଥିବାବେଳେ ପ୍ରାୟ ୭.୫ କୋଟି ସକ୍ରିୟ ସଦସ୍ୟ ନିୟମିତ ଭାବେ ପିଏଫ୍ରେ ଟଙ୍କା ଜମା କରୁଛନ୍ତି।
ଏହି ନୂଆ ସୁବିଧା ଲାଗୁ ହେଲେ ଖାତାଧାରୀମାନଙ୍କ ପାଇଁ ପିଏଫ୍ ଟଙ୍କା ଉଠାଇବା ପ୍ରକ୍ରିୟା ଅଧିକ ସହଜ ଓ ଦ୍ରୁତ ହୋଇପାରେ।
ତେବେ ଏହାର ଆରମ୍ଭ ତାରିଖ, ଟଙ୍କା ଉଠାଇବାର ସୀମା ଓ ଅନ୍ୟାନ୍ୟ ସର୍ତ୍ତ ସମ୍ପର୍କରେ ଇପିଏଫ୍ଓର ଅଧିକାରିକ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।