Stabbing Incident ଶିକରପାଇ ବାଲିଯାତ୍ରାରେ ଛୁରାମାଡ଼: ଜଣେ ଯୁବକ ମୃତ, ଅନ୍ୟଜଣେ ଗୁରୁତର
"କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ବାଲିଯାତ୍ରାରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ହୋଇଛି।
ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।
ଆହତଙ୍କ ଅବସ୍ଥା ସମ୍ପ୍ରତି ସଙ୍କଟାପନ୍ନ ଥିବା ଜଣାଯାଇଛି।
Advertisment Stabbed: ଯୁବକଙ୍କୁ ଛୁରାମାଡ଼ କରି ଦୁଇ ଅଭିଯୁକ୍ତ ଫେରାର, ଡାକ୍ତରଖାନାରେ ଚାଲିଗଲା ପୀଡ଼ିତଙ୍କ ଜୀବନ ମିଳିଥିବା ସୂଚନାରେ, ଆକ୍ରମରେ ବୁଡ଼ାଗୁଡ଼ା ଗ୍ରାମର ଉତ୍ତରା କାଡ୍ରାକାଙ୍କ ପୁଅ ମହେଶ କାଡ୍ରାକାଙ୍କ ମୃତ୍ୟୁ ହୋଇଛି।
ସେହିଗାଁର ଅଚାନା କାଡ୍ରାକାଙ୍କ ପୁଅ ରୋହନ କାଡ୍ରାକା ଗୁରୁତର ଆହତ ହୋଇଛନ୍ତି।
ଆହତଙ୍କୁ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ସୌମ୍ୟ ରଞ୍ଜନ ଜେନା କହିଛନ୍ତି ।
Murder: ଛୁରାମାଡ଼ରେ ବାପା ମୃତ, ପୁଅ ଗୁରୁତର ଘଟଣା ସ୍ଥଳରୁ ପଲିସ ଦୁଇ ଜଣକୁ ଉଦ୍ଧାର କରି କଲ୍ୟାଣସିଂହପୁର ଡାକ୍ତରଖାନା ଆଣିଥିଲେ।
ଘଟଣାକୁ ନେଇ ପୁଲିସର ଛାନଭିନ ଆରମ୍ଭ ହୋଇଛି।
ଏଯାଏଁ ଆକ୍ରମଣକାରୀ ଗିରଫ ହୋଇନଥିବା ଜଣାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।