Ersama Health Centre: ଏରସମା ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଧାରଣା
"ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ କଂଗ୍ରେସ ଜିଲ୍ଲା ମୁଖପାତ୍ର ଅଭିଜିତ ସାହୁଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯାଇଥିଲା।
ବିଶେଷକରି ଡିଜି ଜେନେରେଟର ଚାଲୁ ନହେବା, ବିଦ୍ୟୁତ୍ କଟିଲେ ରୋଗୀ ହଇରାଣ ହେବା ଓ ପାନୀୟଜଳ ସମସ୍ୟା ନେଇ ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ।Advertisment ଧାରଣା ସମୟରେ ମେଡିକାଲ ଅଫିସର ସୁନୀଲ କୁମାର ସ୍ବାଇଁ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା।
ତେବେ ଉପସ୍ଥିତ ଥିବା ବରିଷ୍ଠ ଡାକ୍ତର ଅମିୟ କୁମାର ସ୍ବାଇଁ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ କର୍ମଚାରୀଙ୍କୁ ପଠାଇଥିଲେ।
ପ୍ରାୟ ୧୫ ମିନିଟ୍ ମଧ୍ୟରେ ଡିଜି ଜେନେରେଟର ଚାଲୁ କରାଯାଇଥିଲା।ତେବେ ଏତେ ଦିନ ଧରି ଡିଜି ବନ୍ଦ ରହିଥିବା ବେଳେ ଧାରଣା ଦିଆଯିବା ପରେ ମାତ୍ର ୧୫ ମିନିଟ୍ ମଧ୍ୟରେ ଏହା କିପରି ଚାଲୁ ହୋଇପାରିଲା, ତାହାକୁ ନେଇ ଆନ୍ଦୋଳନକାରୀମାନେ ପ୍ରଶ୍ନ ଉଠାଇଥିଲେ।
ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ ରୋଗୀଙ୍କ ପ୍ରବଳ ଭିଡ଼ ରହୁଥିବା ବେଳେ ବିଦ୍ୟୁତ୍ କାଟ ହେଲେ ରୋଗୀ ଓ ସମ୍ପର୍କୀୟମାନେ ଗରମରେ ଡହଳବିକଳ ହେଉଥିବା ଅଭିଯୋଗ ହୋଇଛି।
ଡିଜି ଜେନେରେଟର ଉପଲବ୍ଧ ଥିଲେ ମଧ୍ୟ ତାହା ନିୟମିତ ବ୍ୟବହାର ନହେବା ଯୋଗୁଁ ରୋଗୀମାନେ ଅସୁବିଧାରେ ପଡ଼ୁଥିବା ଧାରଣାକାରୀମାନେ କହିଥିଲେ।
ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟଜଳ ପାଇଁ ଦୁଇଟି ଆକ୍ବାଗାର୍ଡ ରହିଥିଲେ ମଧ୍ୟ ସେଥିରୁ ପାଣି ବାହାରୁ ନଥିବା ଅଭିଯୋଗ ହୋଇଛି।
ଫଳରେ ରୋଗୀ ଓ ସମ୍ପର୍କୀୟମାନେ ପାନୀୟଜଳ ପାଇଁ ହଇରାଣ ହେଉଥିବା କୁହାଯାଇଛି।ସ୍ବାସ୍ଥ୍ୟକେନ୍ଦ୍ରର ଏହି ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ, ଡିଜିର ନିୟମିତ ବ୍ୟବହାର ଓ ପାନୀୟଜଳ ବ୍ୟବସ୍ଥା ସୁଧାରିବାକୁ ଦାବି କରି ଅଭିଜିତ ସାହୁ ଧାରଣାରେ ବସିଥିଲେ।
ଧାରଣାରେ ଆମ୍ବିକି ପଞ୍ଚାୟତର ସରପଞ୍ଚ ରଂଜନ କୁମାର ଜେଠି, ଏରସମା ସଚେତନ ନାଗରିକ ମଞ୍ଚର ସଭାପତି ପ୍ରବୀର ପଣ୍ଡା, ସମ୍ପାଦକ ଜ୍ଞାନରଞ୍ଜନ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଖରିଆର ବନାଞ୍ଚଳରେ ଭିଜିଲାନ୍ସ ଚଢ଼ଉ: ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।