Ex-Deputy Speaker Found Dead: ଜୀବନ ହାରିଲେ ପୂର୍ବତନ ଉପବାଚସ୍ପତି! ପାର୍ଟି ଅଫିସରେ ମିଳିଲା ଝୁଲନ୍ତା ମୃତଦେହ
ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ବୀରଭୂମି ଜିଲ୍ଲାର ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ପୋଲିସ କହିଛି। ସେ ଜୀବନ ହାରିଥିବା ଅନୁମାନ କରାଯାଉଥିଲେ ହେଁ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ତାଙ୍କ ବାସଭବନ ନିକଟସ୍ଥ କାର୍ଯ୍ୟାଳୟରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରାଯାଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାନାର୍ଜୀ ଡେପୁଟି ସ୍ପିକର ଭାବରେ କାର୍ଯ୍ୟ କରିଥିଲେ। ସେ ରାମପୁରହାଟରୁ ପାଞ୍ଚ ଥର ବିଧାୟକ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।