Explosion: ରୁଷ୍-ଚୀନ୍ ଗ୍ୟାସ୍ କମ୍ପ୍ଲେକ୍ସରେ ବିସ୍ଫୋରଣ, ୭ ମୃତ

Aug 26, 2026 - 21:10
Explosion: ରୁଷ୍-ଚୀନ୍ ଗ୍ୟାସ୍ କମ୍ପ୍ଲେକ୍ସରେ ବିସ୍ଫୋରଣ, ୭ ମୃତ

"ମସ୍କୋ: ରୁଷ୍‌ର ପୂର୍ବରେ ଥିବା ଆମୁର ଅଞ୍ଚଳରେ ଆମୁର ଗ୍ୟାସ୍‌ କେମିକାଲ କମ୍ପ୍ଲେକ୍ସ (ଏଜିସିସି)ରେ ମଙ୍ଗଳବାର ବଡ଼ ଧରଣର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଏହି କାରଖାନା ଖୁବ୍ ଶୀଘ୍ର ଉଦ୍‌ଘାଟନ ହେବାର ଥିଲା ଏବଂ ବର୍ତ୍ତମାନ ପ୍ରି-କମିସନିଂ କାର୍ଯ୍ୟ ଚାଲିଥିଲା।

ମୃତକଙ୍କ ମଧ୍ୟରେ ୬ ଜଣ ଚୀନ୍ ନାଗରିକ ଅଛନ୍ତି।

ଆଉ ୯ ଜଣ ନିଖୋଜ ଅଛନ୍ତି।

ରଏଟର୍ସ ଅନୁଯାୟୀ, ଅନ୍ୟ ୧୫୨ ଜଣ ଆହତ ଏବେ ଚିକିତ୍ସାଧୀନ ଅଛନ୍ତି।

ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଛି।

ଏହାର ଏକ ଭିଡିଓ ଜାରି ହୋଇଛି।

Advertisment ଭିଡିଓରେ କାରଖାନାର ବିଭିନ୍ନ ଅଂଶରୁ ଅଗ୍ନିଶିଖା ସହ ଘନ କଳା ଧୂଆଁ ଆକାଶକୁ ଉଠୁଥିବା ଦେଖାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଏଜିସିସି ହେଉଛି ରୁଷ୍‌ର ପେଟ୍ରୋକେମିକାଲ୍ କମ୍ପାନି ସିବୁର ଏବଂ ଚୀନ୍‌ର ସରକାରୀ ତୈଳ ଓ ଗ୍ୟାସ୍ କମ୍ପାନି ସିନୋପେକ୍‌ର ଏକ ମିଳିତ ପ୍ରକଳ୍ପ।

ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଶୀର୍ଷ ସମୟରେ ପ୍ରାୟ ୩୦,୦୦୦ ନିର୍ମାଣ ଶ୍ରମିକ ଏଠାରେ କାମ କରୁଥିଲେ।

ପ୍ରାୟ ୧୦ ବିଲିୟନ୍ ଡଲାର ମୂଲ୍ୟର ଏହି ପ୍ରକଳ୍ପ ଭବିଷ୍ୟତରେ ବିଶ୍ୱର ସବୁଠାରୁ ବଡ଼ ପଲିଏଥିଲିନ୍ ଓ ପଲିପ୍ରୋପିଲିନ୍ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ଗୋଟିଏ ହେବାକୁ ଯୋଜନା କରାଯାଇଛି।

ରୁଷ୍‌ର ତଦନ୍ତକାରୀ କମିଟି ଏହି ଅଗ୍ନିକାଣ୍ଡର ତଦନ୍ତ କରୁଛି।

Landmine Explosion: କାଶ୍ମୀରରେ ଲାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।