03 SEPTEMBER 2026

Welcome!

Unlock your personalized experience.
Sign Up

GST collection: ଓଡ଼ିଶାରେ ଜିଏସ୍‌ଟି ଆଦାୟ ୭% କମିଲା

Sep 02, 2026 - 08:51
GST collection: ଓଡ଼ିଶାରେ ଜିଏସ୍‌ଟି ଆଦାୟ ୭% କମିଲା

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଦେଶରେ ୧,୯୯,୮୫୩ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଗତବର୍ଷ ଅଗଷ୍ଟରେ ଆଦାୟ ହୋଇଥିବା ୧.୭୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ତୁଳନାରେ ଏହା ୧୪.୮ ପ୍ରତିଶତ ଅଧିକ। ଅଗଷ୍ଟରେ ଆଦାୟ ହୋଇଥିବା ୧.୯୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ରାଶିରେ ଘରୋଇ ଜିଏସ୍‌ଟି ପରିମାଣ ୧,୩୭,୨୪୯ କୋଟି ଟଙ୍କା ହୋଇଥିବାବେଳେ ଆମଦାନି ବାବଦରେ ଆଦାୟ ହୋଇଥିବା ଜିଏସ୍‌ଟି ରାଶି ୬୨,୬୦୪ କୋଟି ଟଙ୍କାରେ ରହିଛି। ଓଡ଼ିଶାରେ ଜିଏସ୍‌ଟି ଆଦାୟ ଅଗଷ୍ଟ ମାସରେ ୭ ପ୍ରତିଶତ କମିଛି। 

Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଚଳିତବର୍ଷ ଅଗଷ୍ଟରେ ରାଜ୍ୟର ଜିଏସ୍‌ଟି ଆଦାୟ ରାଶି ୩୮୯୫ କୋଟି ଟଙ୍କାରେ ରହିଛି, ଯାହାଗତି ଗତବର୍ଷ ଅଗଷ୍ଟରେ ୪୨୦୭ କୋଟି ଟଙ୍କାରେ ରହିଥିଲା। ଏଥିରେ ଆମଦାନି ବାବଦରେ ଆଦାୟ ହୋଇଥିବା ଜିଏସ୍‌ଟିକୁ ସାମିଲ କରାଯାଇ ନାହିଁ। ଦେଶରେ କିନ୍ତୁ ଅଗଷ୍ଟ ମାସରେ ଘରୋଇ ଜିଏସ୍‌ଟି ୯ ପ୍ରତିଶତ ବୃଦ୍ଧି ଘଟି ୧,୩୭,୨୪୯ କୋଟି ଟଙ୍କାରେ ରହିଛି।

Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।