Eye: ଆଖିରୁ ବାରମ୍ବାର ପାଣି ବାହାରୁଛି କି? ଜାଣନ୍ତୁ ଏହାର କାରଣ ଏବଂ କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ

Aug 22, 2026 - 17:39
Eye: ଆଖିରୁ ବାରମ୍ବାର ପାଣି ବାହାରୁଛି କି? ଜାଣନ୍ତୁ ଏହାର କାରଣ ଏବଂ କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ

"ଭୁବନେଶ୍ୱର: ଅନେକ ସମୟରେ ଆଖିରେ ଧୂଳି, ଧୂଆଁ, ତୀବ୍ର ଆଲୋକ, ଥଣ୍ଡା ପବନ କିମ୍ବା କିଛି ପଡ଼ିଯିବା ଯୋଗୁଁ ଆଖିରୁ ପାଣି ବାହାରିଥାଏ।

ଆଖିକୁ ପରିଷ୍କାର ରଖିବା ପାଇଁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା।

କିନ୍ତୁ ଯଦି ଆପଣଙ୍କ ଆଖିରୁ ବାରମ୍ବାର କିମ୍ବା କ୍ରମାଗତ ଭାବେ ପାଣି ବାହାରୁଛି, ତେବେ ଏହାକୁ ଅବହେଳା କରିବା ଉଚିତ୍ ନୁହେଁ।Advertisment ଆଖିରୁ ବାରମ୍ବାର ପାଣି ବାହାରିବାର ମୁଖ୍ୟ କାରଣ:ଡ୍ରାଇ ଆଇ ସିଣ୍ଡ୍ରୋମ୍: ଆଖିରେ ଆବଶ୍ୟକୀୟ ଆର୍ଦ୍ରତା ନରହିଲେ ଜଳାପୋଡ଼ା ହୁଏ, ଯାହା ଫଳରେ ଆଖି ଅଧିକ ଲୁହ ତିଆରି କରିବାକୁ ଲାଗେ।

ଆଖିରେ ଆଲର୍ଜି, ସାଇନସ୍ କିମ୍ବା କୌଣସି ଇନଫେକ୍ସନ୍ ହେଲେ ଅଧିକ ଲୁହ ବାହାରିଥାଏ।

ସେହିପରି ଆଖିପତା ଭିତରକୁ କିମ୍ବା ବାହାରକୁ ମୋଡ଼ି ହୋଇଯିବା କିମ୍ବା ଆଖିପତାର ବାଳ ଆଖିରେ ବାଜିବା ଦ୍ୱାରା ବି ଲୁହ ବାହାରିପାରେ | ସେହିପରି ଅନ୍ୟାନ୍ୟ କାରଣ ଯେମିତିକି ଆଖିରେ ଆଘାତ ଲାଗିବା, କେତେକ ଔଷଧର ପ୍ରଭାବ କିମ୍ବା ଚିକିତ୍ସା ଯୋଗୁଁ ମଧ୍ୟ ଏହି ସମସ୍ୟା ଦେଖାଦେଇପାରେ।

ଆହୁରି ପଢନ୍ତୁ: Manan Mishra: ବାର୍‌ କାଉନସିଲ ଅଧ୍ୟକ୍ଷ ମନନ୍‌ ମିଶ୍ରଙ୍କ ଇସ୍ତଫା ଦାବି କଲେ ସହ-ଅଧ୍ୟକ୍ଷ ସଦାଶିବ ରେଡ୍ଡୀ କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ?ତେବେ ଆଖିରୁ ପାଣି ବାହାରୁଥିଲେ କେବେ ଆପଣ ଡାକ୍ତରଙ୍କ ପରାମର୍ଶ ନେବେ?

ନିମ୍ନଲିଖିତ ଲକ୍ଷଣଗୁଡ଼ିକ ଦେଖାଦେଲେ ତୁରନ୍ତ ଆଖି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ | ୧.ଆଖିରୁ ବାରମ୍ବାର କିମ୍ବା ଅନେକ ଦିନ ଧରି ପାଣି ବାହାରିବା।୨.ପାଣି ବାହାରିବା ସହ ପ୍ରବଳ ଆଖି ବ୍ୟଥା, ଅଧିକ ନାଲି ପଡ଼ିଯିବା, ଫୁଲିଯିବା କିମ୍ବା ଝାପସା ଦେଖାଯିବା।୩.ଆଲୋକ ପ୍ରତି ସଂବେଦନଶୀଳତା (ଆଲୋକକୁ ଚାହିଁ ନପାରିବା)।୪.ଆଖିରେ ଆଘାତ ଲାଗିବା ପରେ କ୍ରମାଗତ ପାଣି ବାହାରିବା।୫.ଆଖିରୁ ବହଳିଆ/ଅଠାଳିଆ ପଦାର୍ଥ ବାହାରିବା କିମ୍ବା ଆଖି ଖୋଲିବାରେ କଷ୍ଟ ହେବା।

ଆହୁରି ପଢନ୍ତୁ: Medicines: ମେଡିକାଲ ଷ୍ଟୋରରୁ ନକଲି ଔଷଧ କିଣୁନାହାନ୍ତି ତ?

ଏପରି କରନ୍ତୁ ଚିହ୍ନଟ ହଁ ବିଶେଷ କଥା ମନେରଖନ୍ତୁ | ଆଖିରୁ ପାଣି ବାହାରୁଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ବିନା ଆଖିରେ କୌଣସି ଆଇ-ଡ୍ରପ୍ କିମ୍ବା ଔଷଧ ପକାନ୍ତୁ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।