Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Sep 06, 2026 - 00:10
Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ- ରବି ଓ ସୋମବାର ନିଜ କାମରେ ଅଧିକ ପୁଞ୍ଜି ଲଗାଇ ପାରନ୍ତି।

ମଙ୍ଗଳ ଓ ବୁଧବାର ଜମି ବା ଗାଡ଼ି କିଣାବିକା ହେବ।

ଗୁରୁ ଓ ଶୁକ୍ରବାର ବନ୍ଧୁ ସହିତ ସମ୍ବନ୍ଧ ମଧୁର ହେବ।

ଶନିବାର କାନୁନ ବିବାଦ ସମାଧାନ ହେବ।Advertisment ବୃଷ- ରବି ଓ ସୋମବାର ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ମଙ୍ଗଳ ଓ ବୁଧବାର ଚାକିରିଜୀବୀ ଭଲ ଖବର ପାଇବେ।

ଗୁରୁ ଓ ଶୁକ୍ରବାର ସୁଖ ସଂପତ୍ତି ବୃଦ୍ଧି ହେବ।

ଶନିବାର ଘରୋଇ ସମସ୍ୟାର ସମାଧାନ ବାହାରି ଯିବ।

ମିଥୁନ- ରବି ଓ ସୋମବାର ନୂଆ କାରବାରର ରୂପରେଖ ପ୍ରସ୍ତୁତ କରିବେ।

ମଙ୍ଗଳ ଓ ବୁଧବାର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଗୁରୁ ଓ ଶୁକ୍ରବାର ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।

ଶନିବାର ଧନସଂପତ୍ତି ବୃଦ୍ଧି ହେବ।

କର୍କଟ- ରବି ଓ ସୋମବାର ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ମଙ୍ଗଳ ଓ ବୁଧବାର ଜୀବନରେ ଖୁସିର ଆଗମନ ହେବ।

ଗୁରୁ ଓ ଶୁକ୍ରବାର ବଡ଼ ଦାୟିତ୍ବ ନିର୍ବାହ କରିବେ।

ଶନିବାର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

ସିଂହ- ରବି ଓ ସୋମବାର ରାଜନୀତିକ ସଂପର୍କରୁ ଲାଭ ପାଇବେ।

ମଙ୍ଗଳ ଓ ବୁଧବାର ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ।

ଗୁରୁ ଓ ଶୁକ୍ରବାର ଋଣ ଓ ରୋଗରୁ ମୁକ୍ତି ପାଇବେ।

ଶନିବାର ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ।

କନ୍ୟା- ରବି ଓ ସୋମବାର ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ।

ମଙ୍ଗଳ ଓ ବୁଧବାର ରାଜନୀତିକ ସହଯୋଗ ପାଇବେ।

ଗୁରୁ ଓ ଶୁକ୍ରବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଶନିବାର ବ୍ୟକ୍ତିତ୍ବ ବିକ‌ାଶ ଲାଗି ଚେଷ୍ଟା କରିବେ।

ଆହୁରି ପଢ଼ନ୍ତୁ- Chatisgarh: ଝୀରମ୍ ଘାଟି ନକ୍ସଲ ଆକ୍ରମଣ ଘଟଣା: ୧୩ ବର୍ଷ ପରେ ସ୍ୱତନ୍ତ୍ର ଏନଆଇଏ କୋର୍ଟଙ୍କ ବଡ଼ ରାୟ, ୧୦ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ତୁଳା- ରବି ଓ ସୋମବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

ମଙ୍ଗଳ ଓ ବୁଧବାର ପଦୋନ୍ନତି ଯୋଗ ରହିଛି।

ଗୁରୁ ଓ ଶୁକ୍ରବାର ପାରିବାରିକ ଜୀବନ ସୁଖଦ ରହିବ।

ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବିଛା- ରବି ଓ ସୋମବାର ମାନସିକ ଅସ୍ଥିରତା ଲାଗି ରହିପାରେ।

ମଙ୍ଗଳ ଓ ବୁଧବାର ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ।

ଗୁରୁ ଓ ଶୁକ୍ରବାର ବିକାଶ କାର୍ଯ୍ୟର ଗତି ଦ୍ରୁତ ହେବ।

ଶନିବାର ପ୍ରିୟଜନ ମିଳନ।

ଧନୁ- ରବି ଓ ସୋମବାର ବେପାରରେ ଅଧିକ ଲାଭ ହେବ।

ମଙ୍ଗଳ ଓ ବୁଧବାର ପରିବାରରେ ବିଶୃଙ୍ଖଳା ବଢ଼ିପାରେ।

ଗୁରୁ ଓ ଶୁକ୍ରବାର ଚାକିରିରେ ଦରମା ବୃଦ୍ଧି ଯୋଗ ଅଛି।

ଶନିବାର ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ମକର- ରବି ଓ ସୋମବାର ଆଶାଠୁ ଅଧିକ ସଫଳତା ପାଇବେ।

ମଙ୍ଗଳ ଓ ବୁଧବାର ରାଜନୈତିକ କାର୍ଯ୍ୟରେ ସମୟ ଦେବେ।

ଗୁରୁ ଓ ଶୁକ୍ରବାର ଆର୍ଥିକପକ୍ଷ ଦୁର୍ବଳ ହୋଇପାରେ।

ଶନିବାର ଭାଗ୍ୟରେ ବୃଦ୍ଧି ହେବ।

କୁମ୍ଭ- ରବି ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ମଙ୍ଗଳ ଓ ବୁଧବାର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଗୁରୁ ଓ ଶୁକ୍ରବାର ବନ୍ଧୁ ଆପଣଙ୍କ ସହ ମିଶିବାକୁ ଆସିବେ।

ଶନିବାର ଆର୍ଥିକ ସ୍ଥିତି ଦୁର୍ବଳ ହେବ।

ମୀନ- ରବି ଓ ସୋମବାର କାର୍ଯ୍ୟବ୍ୟସ୍ତତାରେ ରହିବେ।

ମଙ୍ଗଳ ଓ ବୁଧବାର ମନରେ ଘୂରି ବୁଲୁଥିବା ଯୋଜନା ସଫଳ ହେବ।

ଗୁରୁ ଓ ଶୁକ୍ରବାର ଲୋକପ୍ରିୟତା ବୃଦ୍ଧି ହେବ।

ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।