Fake Death Certificate: ନିଜେ ଜୀବିତ, କାଗଜପତ୍ରରେ ମୃତ! AIରେ ମୃତ୍ୟୁର ନାଟକ ରଚି ଶେଷରେ ଧରାପଡ଼ିଲା ଅଭିଯୁକ୍ତ

Oct 27, 2026 - 11:03
Fake Death Certificate: ନିଜେ ଜୀବିତ, କାଗଜପତ୍ରରେ ମୃତ! AIରେ ମୃତ୍ୟୁର ନାଟକ ରଚି ଶେଷରେ ଧରାପଡ଼ିଲା ଅଭିଯୁକ୍ତ

AI ବ୍ୟବହାର କରି ଷଡ଼ଯନ୍ତ୍ର ରଚିଥିଲା ହତ୍ୟାକାରୀ।

ଛେଳିର ମୃତଦେହକୁ ନିଜ ଶରୀର ସହ କରିଥିଲା ବଦଳ।

ପୋଲିସ ଠାରୁ ବର୍ତ୍ତିବା ପାଇଁ କରିଥିଲା ଅଜବ କାରନାମା।

ନିଜେ ଜୀବିତ, ହେଲେ କାଗଜପତ୍ରରେ ମୃତ।

ହତ୍ୟା ମାମଲାରୁ ବର୍ତ୍ତିବା ପାଇଁ ଏମିତି ଏକ ଷଡ଼ଯନ୍ତ୍ର ରଚିଥିଲା ମର୍ଡରର।

ନିଜ ମୃତ୍ୟୁର ପ୍ରମାଣ ଦେଖାଇବାକୁ AIର ସାହାଯ୍ୟ ନେଇଥିଲା।

ହେଲେ ପୁଲିସର ତଦନ୍ତରେ ଧରାପଡ଼ିଗଲା ପୂରା ଘଟଣା।

ଉତ୍ତରପ୍ରଦେଶର ଏହି ଘଟଣା ଏବେ ଚର୍ଚ୍ଚାରେ।

Advertisment ରିପୋର୍ଟ ଅନୁସାର, ୨୦୧୬ ମସିହାରେ ୩୮ ବର୍ଷୀୟ ରାଜକୁମାର ରାଜଭର ଓରଫ୍‌ ରାଜୁ ଉପରେ ହତ୍ୟା ଅଭିଯୋଗ ଥିଲା।

ମାମଲା ବିଚାର ଚାଲିଥିବା ବେଳେ ଆଇନରୁ ବର୍ତ୍ତିବାକୁ ରାଜୁ ନିଜ ମୃତ୍ୟୁର ମିଛ କାହାଣୀ ରଚିଥିଲା।

ଏକ ଛେଳିର ମୃତଦେହକୁ ଶବଦାହ ପାଇଁ ରଖାଯାଇଥିବା ବେଳେ AI ସାହାଯ୍ୟରେ ସେହି ମୃତଦେହ ଉପରେ ରାଜୁ ନିଜ ମୁହଁ ଲଗାଇ ଏକ ଫଟୋ ପ୍ରସ୍ତୁତ କରିଥିଲା।

ଏହା ସହ ଶବଯାତ୍ରା ଓ ଶେଷକୃତ୍ୟର ଫଟୋ ମଧ୍ୟ ତିଆରି କରିଥିଲା ସିଏ।

ଏହି ଆଧାରରେ ମୃତ୍ୟୁ ପ୍ରମାଣପତ୍ର ହାସଲ କରି ତାହାକୁ କୋର୍ଟରେ ଦାଖଲ କରିଥିଲା ରାଜୁ।

ପ୍ରାୟ ଦେଢ଼ ବର୍ଷ ଧରି ମୃତ ଭାବେ ସେ ବିନ୍ଦାସ ଜୀବନ ବଞ୍ଚୁଥିଲା।

ହେଲେ ଚୋର ଘର ଅନ୍ଧାର ନଥାଏ।

ଅକ୍ଟୋବର ୨୫ ତାରିଖରେ ମଉ ଜିଲ୍ଲାର ଖ୍ୱାଜାଜାହାନପୁର ଅଞ୍ଚଳ ନିକଟରୁ ପୁଲିସ, ସ୍ପେଶାଲ୍‌ ଅପରେସନ୍‌ ଗ୍ରୁପ୍‌ ଓ ସର୍ଭେଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି।

ଷ୍ଟକ୍‌ ମାର୍କେଟ୍‌ରେ ନିବେଶ କରାଇଦେବାକୁ କହି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ନେବାର ଅଭିଯୋଗ ମଧ୍ୟ ତା ବିରୋଧରେ ରହିଛି।

ଏବେ ନକଲି ମୃତ୍ୟୁ ପ୍ରମାଣପତ୍ର ଓ ଜାଲ୍‌ କାଗଜପତ୍ର ସମ୍ପର୍କରେ ତାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।