Fake Doctor Arrested: ଦ୍ୱାଦଶ ପାସ୍‌ ହାଇଦ୍ରାବାଦ ଡାକ୍ତର ଗିରଫ; ବଡ଼ ବଡ଼ ରୋଗର ଚିକିତ୍ସା କରୁଥିଲେ

Sep 25, 2026 - 13:54
Fake Doctor Arrested: ଦ୍ୱାଦଶ ପାସ୍‌ ହାଇଦ୍ରାବାଦ ଡାକ୍ତର ଗିରଫ; ବଡ଼ ବଡ଼ ରୋଗର ଚିକିତ୍ସା କରୁଥିଲେ

"ହାଇଦ୍ରାବାଦ: ଡାକ୍ତରୀ ଶିକ୍ଷା ନଥାଇ ନିଜକୁ ଡାକ୍ତର ଭାବେ ପରିଚୟ ଦେଇ କ୍ଲିନିକ୍‌ ଚଳାଇବା ଅଭିଯୋଗରେ ହାଇଦ୍ରାବାଦ ପୁଲିସ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଅଦନାନ୍‌ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ପୁଲିସ କହିଛି।

ସେ ଗୋଲକୋଣ୍ଡା ଅଞ୍ଚଳରେ "ହିକ୍‌ମା ସେହତ୍‌ କେୟାର ସେଣ୍ଟର" ନାମରେ କ୍ଲିନିକ୍‌ ଚଳାଉଥିଲେ।ପୁଲିସ ଅନୁସାରେ, ଅଦନାନ୍‌ ୨୦୨୩ରେ ଜଣେ ୟୁନାନି ଡାକ୍ତରଙ୍କ ସହ ପରିଚିତ ହୋଇ କ୍ଲିନିକ୍‌ରେ ସହାୟକ ଭାବେ କାମ ଆରମ୍ଭ କରିଥିଲେ।

ପରେ ସେ ନିଜେ ରୋଗୀ ଦେଖିବା ଆରମ୍ଭ କରିଥିଲେ।Advertisment ଡାକ୍ତରୀ ଶିକ୍ଷା ନଥାଇ ଡାକ୍ତର ତାଙ୍କ ମା" ସାବା ଖାନ୍‌ ଓ ଭାଇ ମହମ୍ମଦ ଫୈଜାନ୍‌ ମଧ୍ୟ ଏହି କାର୍ଯ୍ୟରେ ସାମିଲ ଥିବା ଅଭିଯୋଗ ହୋଇଛି।

ପୁଲିସ କହିଛି, ତିନିଜଣ ନିଜକୁ ପାରମ୍ପରିକ "ହାକିମ୍‌" ବୋଲି ପରିଚୟ ଦେଉଥିଲେ।

ଯୌନ ସ୍ୱାସ୍ଥ୍ୟ ସମସ୍ୟା, ଶ୍ୱାସକଷ୍ଟ, ଛାତି ଯନ୍ତ୍ରଣା, ବାରମ୍ବାର ବାନ୍ତି, ଶରୀରରେ ତୀବ୍ର ଯନ୍ତ୍ରଣା, କିଡ୍‌ନୀ ଓ ପାର୍ଶ୍ୱ ଯନ୍ତ୍ରଣା ଓ ପରିସ୍ରା ସମ୍ବନ୍ଧୀୟ ସମସ୍ୟାରେ ସେମାନେ ରୋଗୀଙ୍କୁ ଚିକିତ୍ସା ଦେଉଥିଲେ।

ବିନା ଲେବଲ୍‌ର ଔଷଧ ଦେବା ସହ ପ୍ରେସକ୍ରିପ୍‌ସନ୍‌ ଲେଖୁଥିବା ମଧ୍ୟ ଅଭିଯୋଗ ହୋଇଛି।

Child Rescued: ମା"ଙ୍କଠାରୁ ଶିଶୁକୁ ଛଡ଼ାଇ ନେଇ ଫେରାର: ୨୮୦ କିମି ପିଛା କରି ନାଗପୁରରୁ ଧରିଲା ପୁଲିସ ପୁଲିସ କ୍ଲିନିକ୍‌ରୁ ବିଭିନ୍ନ ପ୍ରକାରର ପାଉଡର ଓ ବୋତଲରେ ଥିବା ଅଜଣା ଔଷଧ, ପ୍ରେସକ୍ରିପ୍‌ସନ୍‌ ଓ ଅନ୍ୟ କିଛି ସାମଗ୍ରୀ ଜବତ କରିଛି।

ଅଦନାନ୍‌ଙ୍କ ମା" ଓ ଭାଇଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ କରାଯାଇଛି।

ଉଭୟ ବର୍ତ୍ତମାନ ଫେରାର୍‌ ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।