Fake Doctorate Offers Lure People: ପକେଟରେ ୭ ହଜାର ଥିଲେ ମିଳିବ ଡକ୍ଟରେଟ୍? ସତ ଜାଣିଲେ ହେବେ ତାଜୁବ
ନାଁ ଆଗରେ ଡକ୍ଟରେଟ୍ ଲଗାଇବାକୁ ଚାହୁଁଛନ୍ତି ?
ଡକ୍ଟର ଯୋଡ଼ିବାକୁ ଇଚ୍ଛା ଅଛି ?
ତାହେଲେ ଆଉ ଚିନ୍ତା ନାହିଁ।
ମୋଟା ବହିକୁ କଷିବାକୁ ପଡ଼ିବନି କି ସମାଜ ପାଇଁ ବିଶେଷ କିଛି କରିବାକୁ ପଡ଼ିବନି।
ପକେଟରେ ଯଦି ଅଛି ୭ ହଜାର ତାହେଲେ ଘର ପିଣ୍ଢାରେ ଆସି ପହଞ୍ଚି ଯିବ ଡକ୍ଟରେଟ୍ ଡିଗ୍ରୀ।
ଆଗରୁ ଶୁଣିଥିଲେ ଏବେ ଜାଣନ୍ତୁ।
ବ୍ରହ୍ମପୁର ସହର ସମେତ ଦକ୍ଷିଣ ଓଡ଼ିଶାରେ ଏମିତି କିଛି ସଂସ୍ଥା ମାତିଛନ୍ତି।
ଯିଏ ଫୋନ୍ କରିକି ବାଣ୍ଟୁଛନ୍ତି ଡକ୍ଟରେଟ୍...ବାଣ୍ଟୁ ତ ନାହାନ୍ତି ବିକ୍ରି କରୁଛନ୍ତି।
ତା ପୁଣି ମାତ୍ର ୭ ହଜାର ଟଙ୍କାରେ।
...
Advertisment ସମ୍ମାନଜନକ ଡକ୍ଟରେଟ୍ ପାଇଁ ଏମିତି ଫୋନ୍ କଲ୍ ଆସୁଛି।
ଲୋକଙ୍କୁ କୁହାଯାଉଛି କି ଡକ୍ଟରେଟ୍ ମିଳିବ।
ଖାଲି ଫୋନ୍ କଲ୍ ନୁହେଁ ସିଧା ରେଜିଷ୍ଟ୍ରେସନ୍ ପାଇଁ ନିମନ୍ତ୍ରଣ ଦିଆଯାଉଛି।
୨୫ ତାରିଖରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବି ହେଉଛି।
...
କେବେଠୁ ଏମିତି ଠକେଇ ଚାଲିଛି।
କିଏ ଟଙ୍କା ଦେଇ ହଟହଟ୍ଟା ହୋଇଛନ୍ତି ତ ପୁଣି ଏମିତି ଡକ୍ଟରେଟ୍ ଡିଗ୍ରୀ ନେଇ ଲୋକହସା।
ଆଉ ଏସବୁ ଜାଣିବା ପରେ ଠକ ସଂସ୍ଥାମାନେ ବି ନିଜକୁ ପ୍ରସ୍ତୁତ କଲେଣି।
କିଛି ବର୍ଷ ତଳେ ଅଢ଼େଇ ହଜାର ଟଙ୍କା ଏଇ ଫେକ୍ ଡକ୍ଟରେଟ୍ ଡିଗ୍ରୀର ଦାମ୍ ଥିଲା।
ଏବେ ବଢ଼ି ବଢ଼ି ୭ ହଜାର ଟଙ୍କା ହେଲାଣି।
ଲୋକେ ଭାବୁଛନ୍ତି ଦାମ୍ ବଢ଼ୁଛି ମାନେ ଡିମାଣ୍ଡ ବି ଥିବ।
ସେମିତିରେ ବି AI ଭିଡିଓ ଓ ପୋଷ୍ଟର୍ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ସବୁ ବାଟ ଆପଣାଉଛନ୍ତି।
...
Advertisment ଡକ୍ଟରେଟ୍ ଡିଗ୍ରୀ କଣ ଯିଏ ଚାହିଁଲେ ଦେଇପାରିବ ?
ନିୟମ ଯାହା ଅଛି ତା ଶୁଣିଲେ, ବୁଝି ପାରିବେ ଯେ କେମିତି ଏଭଳି ସଂସ୍ଥା ଲୋକଙ୍କୁ ଚୂନ ଲଗାଉଛି।
UGC ଆଇନ, ୧୯୫୬ର ଧାରା ୨୨ ଅନୁଯାୟୀ, ଆଇନଗତ ଅଧିକାର ଥିବା ଅନୁଷ୍ଠାନମାନେ ହିଁ ଡିଗ୍ରୀ ପ୍ରଦାନ କରିପାରିବେ।
କୌଣସି ସଂସ୍ଥା ନିଜ ନାଁରେ ୟୁନିଭର୍ସିଟି କିମ୍ବା ଇଣ୍ଟରନ୍ୟାସନାଲ୍ ୟୁନିଭର୍ସିଟି ଲେଖି ଦେଲେ ଯେ ଡିଗ୍ରୀ ଦେଇପାରିବ ତା ନୁହେଁ।
ଏଥିପାଇଁ ଅନୁମତି ନେବା ବାଧ୍ୟତାମୂଳକ।
ବିଶ୍ବବିଦ୍ୟାଳୟ ଓ କଲେଜ୍ Ph.D ଡିଗ୍ରୀ ଦେଇ ସମ୍ମାନ ସୂଚକ ଡକ୍ଟରେଟ ଦେଇପାରିବେ।
ଯଦି କୌଣସି ବ୍ୟକ୍ତି Ph.D.
ନକରି ନିଜ ସାମାଜିକ କାର୍ଯ୍ୟ, ସାମ୍ବାଦିକତା, କଳା କିମ୍ବା ଅନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଅର୍ଥାତ Honorary Doctorate ମିଳିପାରିବ।
କିନ୍ତୁ ଏହି ସମ୍ମାନ ପ୍ରଦାନ କରୁଥିବା ସଂସ୍ଥାର ଆଇନଗତ କ୍ଷମତା ରହିବା ଜରୁରୀ।
ମାଳ ମାଳ ନିୟମ ଥିବା ସତ୍ତ୍ବେ ବଜାରରେ ବୁଲୁଛି ଫେକ୍ ସଂସ୍ଥା ଆଉ ସେମାନଙ୍କ ଫେକ୍ ଡକ୍ଟରେଟ୍ ଡିଗ୍ରୀ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।