From Threat Calls to Logistics: ବନ୍ଧୁକଠୁ ଷଡ଼ଯନ୍ତ୍ର, ବିଷ୍ଣୋଇ ଗ୍ୟାଙ୍ଗରେ ମହିଳାଙ୍କ ଭୂମିକାକୁ ନେଇ ଚାଞ୍ଚଲ୍ୟ
ମ୍ୟାଡାମ୍ ଜହର...ନାଁ ଯେମିତି କାମ ବି ସେମିତି, ଏକଦମ୍ ବିଷାକ୍ତ।
ଆଉ କାମ ବି ପୂରା ଖତରନାକ୍।
ବିଷ୍ଣୋଇ ଗ୍ୟାଙ୍ଗର ଲେଡି ସିଣ୍ଡିକେଟ୍ ର ହେଡ୍ ଖୁସନୁମା ଅନସାରୀ ଓରଫ ମ୍ୟାଡାମ୍ ଜହର।
ବିଷ୍ଣୋଇ ଗ୍ୟାଙ୍ଗରେ ଲେଡି ଡନ୍ ଙ୍କ ଏବେ ରାଜ୍ !
ବନ୍ଧୁକଠୁ ଷଡ଼ଯନ୍ତ୍ର, ମହିଳାଙ୍କ ହାତରେ ଅପରାଧର କମାଣ୍ଡ !
କିଏ ଅପରାଧର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି।
ଆଉ କିଏ ଗ୍ୟାଙ୍ଗଷ୍ଟରଙ୍କ ପାଇଁ ସାଜିଛି ବିଶ୍ୱସ୍ତ ସହଯୋଗୀ।
ବଲିଉଡ୍ କୁ ଧମକ, ଦାଦାବଟି ଆଉ ଗୁଳିକାଣ୍ଡକୁ ନେଇ ଚର୍ଚ୍ଚାରେ ଥିବା ଲରେନ୍ସ ବିଷ୍ଣୋଇ ସିଣ୍ଡିକେଟରେ ମହିଳାଙ୍କ ଭୂମିକାକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।
ପଞ୍ଜାବରୁ ଦିଲ୍ଲୀ, ହରିଆଣାରୁ ବିହାର, ରାଜସ୍ଥାନ ଆଉ ଏବେ ଉତ୍ତରପ୍ରଦେଶ।
ସବୁଠି ମାଡ଼ି ଗଲାଣି ବିଷ୍ଣୋଇ ଗ୍ୟାଙ୍ଗ।
Advertisment ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ରେ ମୁଖ୍ୟ ଭୂମିକା ଥିଲା ଲେଡି ଅପରାଧୀଙ୍କର।
ଗୁଳି ସିନା ଚଲାଇଥିଲେ ପୁଅ ମାନେ କିନ୍ତୁ ଏସବୁର ପଛରେ ଥିଲେ ମ୍ୟାଡାମ୍।
ଅସ୍ତ୍ରଶସ୍ତ୍ର ଯୋଗାଇବାଠୁ ଆରମ୍ଭ କରି ସୁଟରଙ୍କ ପହଞ୍ଚିବା, ସବୁ ପ୍ରକାରର ସହାୟତା ଏବଂ ହତ୍ୟା ଷଡ଼ଯନ୍ତ୍ରରେ ମହିଳା ଥିଲେ ମୁଖ୍ୟ।
ଟାଇଗରଙ୍କୁ ହମଲା ପୂର୍ବରୁ ଦିଲ୍ଲୀରୁ ମୁମ୍ବାଇ ଯାଏଁ ଦୁଇ ମହିଳା ରାଧା ଓ ବବିତା ସେଇ ଡେଡ୍ ଲେଟର୍ ବକ୍ସ ଜରିଆରେ କରିଥିଲେ ବନ୍ଧୁକ ସପ୍ଲାଏ।
ଆମେରିକାରୁ ଅନିଲ ପଣ୍ଡିତ, ବିଷ୍ଣୋଇ ଗ୍ୟାଙ୍ଗର ଅପରେଟ୍ କରୁଥିଲା ।
ଆଉ ଅମୃତସରରେ ଥିବା କୁନାଲ ଯୋଗାଡ କରୁଥିବା ବନ୍ଧୁକ।
ପୋଲିସ ନଜରରୁ ବର୍ତ୍ତିବା ପାଇଁ ଉତ୍ତରପ୍ରଦେଶର ରାଧା ଓ ବବିତାଙ୍କ ଦ୍ବାରା ଏସବୁ ହୋଇଥିଲା।
ୟେ ଏବେ ନୁହେଁ, ଦୀର୍ଘ ଦିନରୁ ବିଷ୍ଣୋଇ ଗ୍ୟାଙ୍ଗ ମହିଳାଙ୍କୁ ନିଜର ସୁରକ୍ଷା କବଚ କରିଛି।
ପୋଲିସକୁ ଚକମା ଦେବାକୁ ମହିଳାଙ୍କୁ କରୁଥିଲେ ବ୍ୟବହାର।
ଦିଲ୍ଲୀରେ ପାର୍ଲର ଚଲାଇବା ଆଢ଼ୁଆଳରେ ମ୍ୟାଡାମ୍ ଜହର ଓ ତାଙ୍କ ଖାସ୍ ଜୋୟା ଖାନ୍ ଓ ମାୟା।
ଏସବୁ ଥିଲେ ଲରେନ୍ସ ବିଷ୍ଣୋଇର ଧମକ କଲ୍ ର ଲେଡି ଡନ୍।
Advertisment ୧୨ ଫେବୃଆରୀ ୧୯୯୩ରେ ପଞ୍ଜାବରେ ଜନ୍ମ ହୋଇଥିବା ଲରେନ୍ସ ବିଷ୍ଣୋଇଙ୍କ ବାପା ଥିଲେ ପୋଲିସ୍ କନେଷ୍ଟବଲ୍।
କଲେଜ୍ ରୁ ବାରମ୍ବାର ତଡ଼ା ଖାଇବା ପରେ ପଞ୍ଜାବ ୟୁନିଭର୍ସିଟିରେ ଆଇନ ବିଭାଗରେ ନେଇଥିଲା ଆଡମିଶନ୍।
ଛାତ୍ର ସଂଗଠନ ସହ ଯୋଡ଼ି ହେବା ପରେ ଏକାଧିକ ଅପରାଧରେ ଥିଲା ସାମିଲ।
ବନ୍ଧୁକ କାରବାର ପରେ ଧମକ ଓ ଟଙ୍କା ଆଦାୟ ଥିଲା ଲରେନ୍ସ ଗ୍ୟାଙ୍ଗର ବଡ଼ ଆୟର ଉତ୍ସ।
ରାଜସ୍ଥାନରୁ ଭାୟା ପଞ୍ଜାବ ଦେଇ କାନାଡ଼ା ଏମିତିକି ଆମେରିକା ଯାଏଁ ଲମ୍ବିଛି ଲରେନ୍ସର ଗ୍ୟାଙ୍ଗ।
ସବୁଠୁ ବଡ଼ କଥା ହେଉଛି, ଗୁଜରାଟରେ ୧୯୫ କୋଟି ଟଙ୍କାର ଡ୍ରଗ୍ସ ଜବତ ମାମଲାରେ ୨୦୨୩ରୁ ହାଇସିକ୍ୟୁରିଟି ସାବରମତୀ ଜେଲ୍ ରେ ରହି ନିଜ କ୍ରାଇମ୍ ନେଟୱର୍କକୁ ବଢ଼ାଇ ଚାଲିଛି ଲରେନ୍ସ।....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।