Fake RTO Officer Arrested: ବାଲେଶ୍ୱରରେ ନକଲି ଆରଟିଓ ଗିରଫ, ଗାଡ଼ି ଚାଳକଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ
ବାଲେଶ୍ବର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରୁ ନକଲି ଆରଟିଓ ଗିରଫ।
ଆରଟିଓ ଅଧିକାରୀ ସାଜି ଗାଡ଼ି ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ।
ଗିରଫ ଯୁବକ ଜଣକ ହେଲେ ବିଜୟ ମହାନ୍ତି।
ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଗୋବରଘାଟା ପଞ୍ଚାୟତ ଅଞ୍ଚଳରେ।
ଖବର ପାଇ ଜଳେଶ୍ୱର ପୋଲିସ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରିଥିଲା।
ଏହି ସମୟରେ ବିଜୟଙ୍କୁ ଧରିବା ସହ ତାଙ୍କ ନିକଟରୁ ନକଲି ରବର ଷ୍ଟାମ୍ପ, ପଶ୍ଚିମବଙ୍ଗର ରସିଦ, ଆରଟିଓ ସିଲ୍, ନଗଦ ୧୭୦୦ ଟଙ୍କା, ଗୋଟିଏ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।