Fall Ill After Feast ଭୋଜି ଖାଇ ଝାଡ଼ାବାନ୍ତିରେ ୩୦ ଶିଶୁଙ୍କ ସହ ଶହେରୁ ଊର୍ଦ୍ଧ୍ବ ଆକ୍ରାନ୍ତ
"ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ବର୍ତ୍ତନା ପଞ୍ଚାୟତର ଖରିଦା ଗ୍ରାମରେ ଗତକାଲି (ବୁଧବାର) ରାତିରେ ଏକ ଘର ପ୍ରତିଷ୍ଠା ଭୋଜି ଖାଇ ଝାଡ଼ାବାନ୍ତିରେ ୩୦ ଶିଶୁଙ୍କ ସମେତ ଶହେରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୩୫ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
ସେମାନଙ୍କୁ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Advertisment Food Poisoning Under Probe କସ୍ତୁରବା ଗାନ୍ଧୀ ଉପ୍ରା ବିଦ୍ୟାଳୟରେ ଝାଡ଼ାବାନ୍ତି, ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଟପିଲା ବିବରଣୀ ରୁ ପ୍ରକାଶ, ଗତକାଲି (ବୁଧବାର) ଖରିଦା ଗାଁର ବିଜୟ ମହାନ୍ତିଙ୍କ ଘର ପ୍ରତିଷ୍ଠା ଉତ୍ସବ ଥିଲା।
ଏହି ଅବସରରେ ଦିନରେ ପୂଜାର୍ଚ୍ଚନା ହୋଇଥିବା ବେଳେ ରାତିରେ ଭୋଜିର ବ୍ୟବସ୍ଥା ହୋଇଥିଲା।
ଏଥିରେ ଆଉ ୫୦୦ ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଯୋଗ ଦେଇଥିଲେ।
ବିଳମ୍ବିତ ରାତିରେ କେତେକଙ୍କୁ ଝାଡାବାନ୍ତି ଆରମ୍ଭ ହୋଇଥିଲା।
ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମ୍ପର୍କୀୟ ମାନେ ଆଜି ପୂର୍ବାହ୍ଣରେ ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ।
ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଗାଁରେ କିନ୍ତୁ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା।
ଅପରାହ୍ନ ବେଳକୁ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ବ ପହଞ୍ଚିଥିବା କୁହାଯାଇଛି।
Government admits to commission on diarrhea deaths: ଝାଡ଼ାବାନ୍ତି ମୃତ୍ୟୁକୁ କମିସନଙ୍କ ପାଖରେ ମାନିଲେ ସରକାର, ପ୍ରାଣ ନେଇଥିଲା ଦୟାର ଦୂଷିତ ପାଣି ଏହି ରିପୋର୍ଟ ଲେଖା ହେବା ଯାଏଁ ଜିକେ ଭଟ୍ଟର ହସ୍ପିଟାଲରେ ୩୫ ରୁ ଊର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଚାଲିଛି।
ସେମାନେ ହେଲେ ପୁର୍ଣିମା ଗିରି, କୁସୁମଲତା ମହାଳିକ, ଲକ୍ଷ୍ମୀପ୍ରିୟା ମହାଳିକ, ଅରୁଣ ହୁଇ, ସାଗରିକା ହୁଇ, ନଗେନ୍ଦ୍ର ସାମଲ, କରୁଣାକର ହୁଇ, ରୁପଶ୍ରୀ ଗିରି,ପ୍ରିୟଙ୍କା ମହାନ୍ତି, ଦୀପକ ମହାଳିକ, ବିକ୍ରମ ଗିରି, ଦେବଯାନୀ ମହାନ୍ତି, ପ୍ରଶାନ୍ତ ପାଳ, ବେବୀ ଗିରି, ପଦ୍ମିନୀ ପାଳ, ଯତୀନ ପାଳ, ରାଧାରାଣୀ ପାଳ, ଦୀପକ ମହାନ୍ତି, ମମତା ପାଳ, ଭୋଳାନାଥ ଗିରି ପ୍ରମୁଖ।
ତେବେ ୩ ଜଣ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।
Students Hospitalised: ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି, ମେଡିକାଲରେ ଭର୍ତ୍ତି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅରୂପ ଅଭିଷେକ, ଜିକେ ଭଟ୍ଟର ହସ୍ପିଟାଲର ଡାକ୍ତର ବିନୋଦ ପ୍ରଧାନ ଓ ଡାକ୍ତର ମନୋଜ ଜାହାଙ୍ଗୀର ଙ୍କ ତତ୍ବାବଧାନରେ ହସ୍ପିଟାଲରେ ଚିକିତ୍ସା ଚାଲିଛି।
ଆସନ୍ତା କାଲି ଗାଁ କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପଠାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଭୀଷ୍ମ ପରିଡ଼ା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।