Families of NEET Victims to Lead CJP March: ସେପ୍ଟେମ୍ବର ୫ରେ ଇଣ୍ଡିଆ ଗେଟ୍ରୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଯିବ CJP
ସରକାର ପ୍ରତିଶ୍ରୁତି ପାଳନ କରିନଥିବାରୁ ସେପ୍ଟେମ୍ବର ୫ ତାରିଖରେ ଇଣ୍ଡିଆ ଗେଟ୍ରୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାକୁ ଘୋଷଣା କରିଛି କକ୍ରୋଚ୍ ଜନତା ପାର୍ଟି (CJP)।
ଦଳ ପକ୍ଷରୁ ସୋମବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଜୁଲାଇ ୨୫ରେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଏହି ପଦଯାତ୍ରା କରାଯିବ। ଜୁଲାଇ ୨୦ର ‘ସଂସଦ ଚଲୋ’ ମାର୍ଚ୍ଚ ସମୟରେ ଘଟିଥିବା ପୋଲିସ ଅତ୍ୟାଚାରର ଶିକାର ଏବଂ ମୃତ NEET ପୀଡ଼ିତଙ୍କ ପରିବାର ସଦସ୍ୟମାନେ ଏହି ପଦଯାତ୍ରାର ନେତୃତ୍ୱ ନେବେ ବୋଲି ଦଳ କହିଛି।
ଦଳର ଏହି ବିବୃତିରେ କୁହାଯାଇଛି, ସେପ୍ଟେମ୍ବର ୫ରେ ଇଣ୍ଡିଆ ଗେଟ୍ରୁ ନୂଆଦିଲ୍ଲୀ ପୋଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପଦଯାତ୍ରା ଘୋଷଣା କରୁଛୁ। ଏହାର ନେତୃତ୍ୱ ମୃତ NEET ପୀଡ଼ିତଙ୍କ ପରିବାର ଓ ପୋଲିସ ଅତ୍ୟାଚାରର ଶିକାର ବ୍ୟକ୍ତିମାନେ ନେବେ। ଏଥିରେ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ଓ ଯୁବ ନାଗରିକମାନେ ସାମିଲ ହେବେ।
ଦଳ ପକ୍ଷରୁ ଏହି ପଦଯାତ୍ରାକୁ ଶାନ୍ତିପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଥିବା ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନହେବା ନେଇ ଏହା ଏକ ପ୍ରତିବାଦ ଭାବେ ଆୟୋଜିତ ହେବ ବୋଲି CJP କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।