Family Dispute Turns Fatal: ଭିଣୋଇଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, କେନ୍ଦୁଝରରେ ଚାଞ୍ଚଲ୍ୟ
ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ । କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଥାନା ଉଲିବୁରୁ ସାହିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ୩୦ ବର୍ଷୀୟ ବନମାଳୀ ମୁଣ୍ଡା । ସୂଚନା ଅନୁସାରେ, ବନମାଳୀ ତାଙ୍କ ପତ୍ନୀ ଶୁକମତିଙ୍କୁ ବିଭିନ୍ନ ସମୟରେ ମାରଧର କରୁଥିଲେ । ଗତକାଲି ସନ୍ଧ୍ୟାରେ ଶୁକମତିଙ୍କ ଭାଇ ଅଜୟ ତରିଆ ଓ ମାଆ ସରସ୍ବତୀ ଝିଅ ଘରକୁ ବିବାଦର ସମାଧାନ କରିବାକୁ ଆସିଥିଲେ ।
ରାତିରେ ଅଜୟ ନିଜ ଭିଣୋଇ ବନମାଳୀଙ୍କୁ ବୁଝାଉଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବନମାଳୀଙ୍କୁ ଆକ୍ରମଣ କରିଥିଲା ଅଜୟ । ଯେଉଁଥିରେ ବନମାଳୀଙ୍କ ମୁଣ୍ଡ ପିଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଥିଲା । ଘଟଣା ପରେ ଅଭିଯୁକ୍ତ ଅଜୟ ତିରିଆ ଫେରାର ହୋଇଯାଇଛି । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି।
ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ
ବଡ଼ବିଲ୍ ଥାନା ଉଲିବୁରୁ ସାହିରେ ବୀଭତ୍ସ ହତ୍ୟା
ମୃତକ ହେଲେ ୩୦ ବର୍ଷୀୟ ବନମାଳୀ ମୁଣ୍ଡା
ମୃତ ବନମାଳୀଙ୍କ ପରିବାରରେ ବିବାଦ ଲାଗିଥିଲା
ବନମାଳୀଙ୍କ ସ୍ତ୍ରୀ ମାଆ ଓ ଭାଇ ଆସିଥିଲେ ବୁଝାସୁଝା ପାଇଁ
ଭିଣୋଇଙ୍କୁ ବୁଝାଇବା ସମୟରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲା ଶାଳକ
ଶାଳକ ଅଜୟ ତରିଆ ଫେରାର, ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।