Family Leaves After Man Dies: ମେଡିକାଲରେ ୩୬ ଘଣ୍ଟା ପଡ଼ିରହିଲା ମୃତଦେହ, ଉଠାଇବାକୁ ଆସିଲେ ପରିବାର

Oct 06, 2026 - 10:40
Family Leaves After Man Dies: ମେଡିକାଲରେ ୩୬ ଘଣ୍ଟା ପଡ଼ିରହିଲା ମୃତଦେହ, ଉଠାଇବାକୁ ଆସିଲେ ପରିବାର

ତିନି ଦିନ ଧରି ଡାକ୍ତରଖାନା ବାରଣ୍ଡାରେ ପଡ଼ି ରହିବା ପରେ ଉଠିବ ମୃତଦେହ। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।  ମୃତଦେହ ପଡ଼ି ରହିବାପରେ ଆଜି ହସ୍ପିଟାଲରେ ପରିବାର ଲୋକେ ପହଞ୍ଚିଛନ୍ତି। ମହୁଲଡିହା ପୋଲିସ ପହଞ୍ଚି ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି। ପରିବାର ବର୍ଗ ଶବ ନେବାକୁ ରାଜି ହୋଇଥିବା ବେଳେ ଏ ନେଇ ଆଲୋଚନା ଜାରି ରହିଛି। ମେଡିକାଲରେ ୩୬ ଘଣ୍ଟା ହେଲା ପଡି ରହିଛି ଶବ। ନା ବ୍ୟବଚ୍ଛେଦ ହୋଇପାରିଛି ନା ମେଡିକାଲରୁ ଉଠିଛି।

ସ୍ବାମୀର ମୃତଦେହକୁ ଛାଡି ଚାଲିଯାଇଥିଲେ ପତ୍ନୀ। ରବିବାର ଅପରାହ୍ଣରେ ବହଳଦା ତେନ୍ତଳା ଗାଁର ଜଣେ ବ୍ୟକ୍ତିଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଛୁଆକୁ ଧରି ମେଡିକାଲରୁ ପଳାଇଥିଲେ ପତ୍ନୀ।...

ସ୍ବାମୀର ମୃତଦେହକୁ ଛାଡ଼ି ଚାଲିଯାଇଥିଲା ସ୍ତ୍ରୀ
ମେଡିକାଲରେ ୩୬ ଘଣ୍ଟା ହେଲା ପଡି ରହିଥିଲା ଶବ
ବ୍ୟବଚ୍ଛେଦ ହୋଇପାରିନଥିଲା କି ମେଡିକାଲରୁ ଉଠିନଥିଲା 
ସ୍ବାମୀର ମୃତଦେହକୁ ଛାଡି ଚାଲିଯାଇଥିଲା ସ୍ତ୍ରୀ
ମେଡିକାଲରେ ଆସି ପହଞ୍ଚିଲେ ପରିବାର ଲୋକେ 
ପରିବାର ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।