Family Rituals Add New Twist to Mystery: ମୃତଦେହ ମିଳିନି, ତଥାପି ଶୁଦ୍ଧିକ୍ରିୟା; ଶୁଭଶ୍ରୀ ମୃତ୍ୟୁ ରହସ୍ୟରେ ନୂଆ ଟୁଇଷ୍ଟ
ରାଜନଗର ଶୁଭଶ୍ରୀ ମୃତ୍ୟୁ ରହସ୍ୟ ଭିତରେ ନୂଆ ଟୁଇଷ୍ଟ। ଏଯାଏଁ ମୃତଦେହ ମିଳିନଥିବାବେଳେ ଝିଅ ପାଇଁ ଶୁଦ୍ଧି ହୋଇଗଲେ ପରିବାର ଲୋକ। ଗତକାଲି ତାଙ୍କ ପରିବାର ଲୋକେ ବ୍ରାହ୍ମଣ ଡାକି ଶୁଦ୍ଧି ହେବା ସହ କ୍ରିୟା କର୍ମ କରିଛନ୍ତି । ବ୍ରାହ୍ମଣଙ୍କ କହିବା ଅନୁସାରେ ଶୁଭଶ୍ରୀ ଅବିବାହିତ ଥିଲେ । ତାଙ୍କ ପରିବାର ଲୋକେ ତାଙ୍କ ଶବ ପାଇବା ପରେ ନଦୀରେ ଭସାଇ ଦେଇଛନ୍ତି । ତେଣୁ ସପ୍ତମ ଦିନରେ ତାଙ୍କର ଶୁଦ୍ଧିକ୍ରିୟା କରାଯାଇଛି।
ରୋଚକ କଥା ହେଉଛି, ଦିନକ ପୂର୍ବରୁ ଶୁଭଶ୍ରୀଙ୍କ ଜେଜେ ଶୁକଦେବ ଦାସ ନାତୁଣୀ ନିଖୋଜ ଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଏପଟେ ହଂସୁଆ ନଦୀରେ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ହେଲେ ଶୁଭଶ୍ରୀଙ୍କ ସନ୍ଧାନ ଏଯାଏଁ ମିଳିନି। ତେବେ ଯଦି ଶୁଭଶ୍ରୀଙ୍କ ସନ୍ଧାନ ମିଳିନାହିଁ, ତେବେ ପରିବାର ଲୋକେ ଶୁଦ୍ଧି ହେଲେ କେମିତି ?
ନିଖୋଜର ୭ ଦିନ ପରେ ଥାନାରେ ଅଭିଯୋଗ। ହଂସୁଆ ନଦୀରେ ଖୋଜାଖୋଜି। ଆଉ ଏପଟେ ପରିବାରର ଶୁଦ୍ଧିକ୍ରିୟା ରହସ୍ୟକୁ ବଢାଇଛି । ପ୍ରଶ୍ନ ଉଠୁଛି-
ଶୁଭଶ୍ରୀଙ୍କ ପରିବାର କାହିଁକି ନିଖୋଜ ଝିଅଙ୍କୁ ମୃତ ବୋଲି ଧରିନେଲେ ? ଏହା ପଛରେ ଆଉ କିଛି ସତ ଲୁଚିଛି କି ? ପରିବାର ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଉନଥିବା ବେଳେ ଶୁଦ୍ଧିକ୍ରିୟାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ।
ରାଜନଗର ଶୁଭଶ୍ରୀ ମୃତ୍ୟୁ ରହସ୍ୟ ଭିତରେ ନୂଆ ଟୁଇଷ୍ଟ
ମିଳିନି ମୃତଦେହ, ଶୁଦ୍ଧି ହେଇଗଲା ପରିବାର ଲୋକ
ଗତକାଲି ଶୁଭଶ୍ରୀଙ୍କ ପରିବାର ଲୋକେ ଶୁଦ୍ଧି ହୋଇଥିବା ସୂଚନା
ପୂର୍ବରୁ ନାତୁଣୀ ନିଖୋଜ ଥିବା ଅଭିଯୋଗ କରିଥିଲେ ଜେଜେ
ଯଦି ଶୁଭଶ୍ରୀ ନିଖୋଜ, କେମିତି କଲେ ଶୁଦ୍ଧିକ୍ରିୟା ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।