Family Trip Turns Tragic: ମଧ୍ୟପ୍ରଦେଶରେ ଭାସିଗଲା କାର୍, ଭୁବନେଶ୍ୱରର ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ

Sep 19, 2026 - 14:25
Family Trip Turns Tragic: ମଧ୍ୟପ୍ରଦେଶରେ ଭାସିଗଲା କାର୍,  ଭୁବନେଶ୍ୱରର ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶରୁ ଆସିଲା ଦୁଃଖଦ ଖବର। ଭାସିଗଲା କାର୍, ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ। ମୃତକ ସମସ୍ତେ ଭୁବନେଶ୍ବର ଜୟଦେବ ବିହାର ଅଂଚଳର । ଗୋଟିଏ ପରିବାରର ପୁଅ, ନାତି, ନାତୁଣୀ, ଝିଅ, ଜ୍ବାଇଁଙ୍କ ମୃତ୍ୟୁ ହୋଇଛି। ପ୍ରତିବର୍ଷ ପରିବାର ସଦସ୍ୟ ବାହାରକୁ ବୁଲିବାକୁ ଯାଉଥିବା ବେଳେ ଏଥର ବଡ଼ ଅଘଟଣ ଘଟିଛି।

ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ହୋଇଥାନ୍ତା ରିଙ୍ଗ୍ ସେରିମନି । ଉଜ୍ଜୟିନୀରୁ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ କାର୍ ଯୋଗେ ଯାଉଥିବା ବେଳେ ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଏକ ଝରଣାରେ ଭାସିଯାଇଥିଲା କାର୍। ଝରଣାର ବଢ଼ି ପାଣି ପାର୍ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଅଘଟଣ ସୂଚନା  । 

ମଧ୍ୟପ୍ରଦେଶରେ ଭାସିଗଲା କାର୍‌, ୭ ଓଡ଼ିଆ ପର୍ଯ୍ୟଟକ ମୃତ
-ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ସୂଚନା
-ଗୋଟିଏ ପରିବାରର ପୁଅ, ନାତି, ନାତୁଣୀ ଅଘଟଣରେ ମୃତ
-ଝିଅ, ଜ୍ବାଇଁ, ନାତୁଣୀ ମୃତ, ଆଉ ଜଣେ ଅବିବାହିତ ଝିଅ ମଧ୍ୟ ମୃତ
-ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ହୋଇଥାନ୍ତା ରିଙ୍ଗ୍‌ ସେରିମନି
-ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବାହାରକୁ ବୁଲି ଯାଇଥିଲା ବେଳେ ଅଘଟଣ
-ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଏକ ଝରଣାରେ ଭାସିଗଲେ
-ଉଜ୍ଜୟିନୀରୁ ବଗଳାମୁଖି ମନ୍ଦିର ଦର୍ଶନ ପାଇଁ କାର୍‌ ଯୋଗେ ଯାଉଥିଲେ
-ଝରଣାରେ ବଢ଼ି ପାଣି ପାର୍‌ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଅଘଟଣ ସୂଚନା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।