Farmer: ବରଗଡ଼ରେ ପୁଣି ‘ଇଚ୍ଛାମୃତ୍ୟୁ’ ଦାବି: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଯୁବଚାଷୀ
"ବରଗଡ଼: ଧାନ ବିକ୍ରି ସମସ୍ୟାକୁ ନେଇ ପୁଣି ଚର୍ଚ୍ଚାରେ ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ।
ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ନମିଳିବା ଓ ପ୍ରଶାସନିକ ଅବହେଳା ଅଭିଯୋଗ କରି ଜଣେ ଯୁବଚାଷୀ ଏବେ "ଇଚ୍ଛାମୃତ୍ୟୁ" ପାଇଁ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଛି।
ଏଭଳି ଏକ ସମ୍ବେଦନଶୀଳ ଘଟଣା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମରେ ଘଟିଛି ।
ଗ୍ରାମର ଯୁବଚାଷୀ ଗୋପାଳ ସାହୁ ଚଳିତ ରବି ଋତୁରେ ଧାର-କରଜ କରି ଧାନ ଚାଷ କରିଥିଲେ ।Advertisment ଟୋକନ ପାଇଁ ବାରମ୍ବାର ନିବେଦନ ପରେ ବିଫଳ ଫସଲ ଅମଳ ପରେ ଧାନ ବିକ୍ରି କରି ଋଣ ଶୁଝିବା ସହ ଘରର ଆବଶ୍ୟକତା ପୂରଣ କରିବା ଆଶା ରଖିଥିଲେ।
ହେଲେ ମଣ୍ଡିରେ ଧାନ ବିକ୍ରି ପାଇଁ ଆବଶ୍ୟକ ଟୋକନ ଏପର୍ଯ୍ୟନ୍ତ ମିଳିନଥିବାରୁ ସେ ଚିନ୍ତାରେ ପଡ଼ିଛନ୍ତି ।
ଘରେ ଅସୁସ୍ଥ ମାଆଙ୍କ ଚିକିତ୍ସା ଓ ଜରୁରୀ ଖର୍ଚ୍ଚ ପାଇଁ ବାଧ୍ୟ ହୋଇ କିଛି ଧାନ କମ୍ ଦାମରେ ଖୋଲା ବଜାରରେ ବିକ୍ରି କରିଥିବା ବେଳେ ବାକି ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ଆଶାରେ ଅପେକ୍ଷା କରି ରହିଛନ୍ତି ।
ଗୋପାଳଙ୍କ କହିବା ଅନୁସାରେ, ଟୋକନ ପାଇଁ ସେ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିଜର ସମସ୍ୟା ଜଣାଇଥିଲେ ମଧ୍ୟ କୌଣସି ସମାଧାନ ମିଳିନାହିଁ ।
ଚାଷ ପାଇଁ ହୋଇଥିବା ଋଣ ଓ ପ୍ରଶାସନିକ ନିରବତା ତାଙ୍କୁ ମାନସିକ ଚାପ ମଧ୍ୟରେ ପକାଇଛି ।
ଶେଷରେ ସେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଚରମ ପଦକ୍ଷେପ ସ୍ୱରୂପ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।
ଜିଲ୍ଲାପାଳଙ୍କ ଜରିଆରେ ସେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।
ଘଟଣା ପରେ ସ୍ଥାନୀୟ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଧାନ ବିକ୍ରି ବ୍ୟବସ୍ଥାରେ ସୁଧାର ଓ ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି ଉଠିଛି।
ଆହୁରି ପଢନ୍ତୁ: Women's Rights: ବାଲିପାଟଣାରେ ବିଜେଡି ନାରୀ ଅଧିକାର ଅଭିଯାନ ସମାରୋହ: ବିଧାୟକଙ୍କ ଉପରେ ବର୍ଷିଲେ ମହିଳା ନେତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।