Farmers Worried As Leaf Rot Disease: ଧାନ ଗଛରେ ପତ୍ରସଡା ରୋଗ; ଫସଲ ଉଜୁଡିବା ପରେ ଚାଷୀ ଚିନ୍ତାରେ କ୍ଷୟକ୍ଷତି, ମିଳିବା ନେଇ ଦ୍ୱନ୍ଦ୍ୱ

Oct 04, 2026 - 18:58
Farmers Worried As Leaf Rot Disease: ଧାନ ଗଛରେ ପତ୍ରସଡା ରୋଗ; ଫସଲ ଉଜୁଡିବା ପରେ ଚାଷୀ ଚିନ୍ତାରେ କ୍ଷୟକ୍ଷତି, ମିଳିବା ନେଇ ଦ୍ୱନ୍ଦ୍ୱ

ବର୍ଷା ଓ ବନ୍ୟା ପରେ ଧାନ ଗଛରେ ଦେଖାଦେଲାଣି ପତ୍ରସଡା ରୋଗ। ଏକର ଏକର ଧାନ ଚାଷରେ ଏଭଳି ରୋଗ ପୋକ ଦେଖି ଚିନ୍ତାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ଚାଷୀ। ବିଲ ଭିତରେ ଏବେ ବି ବନ୍ୟା ପାଣି ରହିଥିବା ବେଳେ ଜିଲ୍ଲାର ଧରାକୋଟ, ଆସିକା, ହିଂଜିଳି ଓ ସେରଗଡ଼ ଅଞ୍ଚଳରେ ବର୍ଷା ଓ ବନ୍ୟାପାଣିରେ ବ୍ୟାପକ ଭାବେ ଚାଷ ପ୍ରଭାବିତ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। 

ଧାନ ଫସଲ ସହ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ଫସଲ ଉଜୁଡ଼ିବା ପରେ ଚାଷୀଙ୍କ ଚିନ୍ତା ପରିବାର ଚଳିବ କେମିତି, ଆଉ ଚାଷ ପାଇଁ କରିଥିବା ଋଣ ଶୁଝିବେ କେମିତି। ଏହାରି ଭିତରେ ଅଧିକାରୀମାନେ ଜମିକୁ ଆସି କ୍ଷୟକ୍ଷତି କେବେ କରିବେ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। 

ସେପଟେ ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଖୁବଶୀଘ୍ର ଚାଷଜମିର କ୍ଷୟକ୍ଷତି ଆକଳନ କରାଯିବ । ଏହାପରେ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମ ଅନୁଯାୟୀ ସରକାରୀ ସହାୟତା ଯୋଗାଇ ଦିଆଯିବ ।

  • ଧାନ ଗଛରେ ପତ୍ରସଡା ରୋଗ
  • କ୍ଷୟକ୍ଷତି ମିଳିବା ନେଇ ଦ୍ୱନ୍ଦ୍ୱରେ ଚାଷୀ
  • ଜିଲ୍ଲାର ଧରାକୋଟ, ଆସିକା, ହିଂଜିଳି ଓ ସେରଗଡ଼ରେ ବ୍ୟାପକ ଫସଲ ନଷ୍ଟ
  • ଫସଲ ଉଜୁଡିବା ପରେ ଋଣ କରିଥିବା ଚାଷୀ ଚିନ୍ତାରେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।