Farming: ବଢୁଛି ଖର୍ଚ୍ଚ, ହ୍ରାସ ପାଉଛି ଦର: ପାନଚାଷରୁ ମୁହଁ ଫେରାଉଛନ୍ତି ନିଆଳି ଚାଷୀ
"ନିଆଳି (ମନୋରଂଜନ ଶତପଥୀ): ନିଆଳି ପାନ ଜୀବନ ଜୀବିକା ଓ ସାଂସ୍କୃତିକ ପରମ୍ପରା ସହ ସମ୍ପୃକ୍ତ।
ମୁମ୍ବାଇରୁ କୋଲକାତା ପର୍ଯ୍ୟନ୍ତ ନିଆଳି ପାନର ଚାହିଦା ରହିଛି।
କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ପାନ ଚାଷ ଦୁର୍ବଳ ହେବାରେ ଲାଗିଛି।
କୋଭିଡ୍ ପରେ ରପ୍ତାନି କମିଯିବାରୁ ପାନଚାଷୀ ଉଚିତ ମୂଲ୍ୟ ପାଇପାରୁନି।
ପାନ ଚାଷ ପାଇଁ ଆବଶ୍ୟକ ସରଞ୍ଜାମ ମୂଲ୍ୟ ଓ ମଜୁରି ବଢ଼ି ଚାଲିଥିବା ବେଳେ ପାନ ଦର ହ୍ରାସ ପାଉଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି।
ଏଥି ଯୋଗୁଁ ନିଆଳିର ଚାଷୀମାନେ ପାନଚାଷରୁ ମୁହଁ ଫେରାଇ ନେଉଛନ୍ତି।
Advertisment Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ ନିଆଳିରେ ପ୍ରତି ସପ୍ତାହରେ ରବିବାର ଓ ଗୁରୁବାର, ଏଭଳି ମାସକୁ ୮ ପାଳି ପାନ ହାଟ ବସିଥାଏ।
ନିକଟସ୍ଥ କାଳିଆଘାଇ ଓ ବନମାଳୀପୁରରେ ମଧ୍ୟ ମାସକୁ ୮ପାଳି ପାନହାଟ ବସିଥାଏ।
ପୂର୍ବରୁ ପ୍ରତି ହାଟପାଳିରେ ୨ରୁ ଅଧିକ ଦଶଚକିଆ ଟ୍ରକ୍ରେ ପାନ ବଜାରକୁ ଯାଉଥିଲା।
ବିଶେଷ କରି ନିଆଳି ପାନ ପଶ୍ଚିମବଙ୍ଗ ଯାଉଥିବାରୁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁଥିଲା।
ହେଲେ କୋଭିଡ୍ ମହାମାରୀ ପରଠାରୁ ପାନ ରପ୍ତାନି କମିଗଲା।
ପୂର୍ବରୁ ହଜାରେ ପାନପତ୍ରର ମୂଲ୍ୟ ୮୦୦ ରୁ ୧୦୦୦ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୨୦୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି।
ଅନ୍ୟପଟେ ପାନ ବରଜ ପାଇଁ ପୂର୍ବରୁ ବାଉଁଶ ଖଣ୍ତ ୬୦ରୁ ୮୦ ଟଙ୍କାରେ ମିଳୁଥିଲା।
ବର୍ତ୍ତମାନ ତାହା ୧୫୦ରୁ ୨୦୦ ଟଙ୍କା ପଡୁଛି।
ସେହିପରି ପାନ ଚାଷରେ ବ୍ୟବହୃତ ପିଡ଼ିଆ, କତା, ଇଙ୍କର, ପାଖୁଡ଼ି, ଯୁଣ ଓ ପଟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା ଖରାଦିନେ ଓ ବର୍ଷା ସମୟରେ ପାନ ମୂଲ୍ୟ କମି ଯାଉଛି।
ବାହାରୁ ପାନ ବ୍ୟବସାୟୀମାନେ ଆସି ଅଳ୍ପ ମୂଲ୍ୟରେ ପାନ କିଣୁଛନ୍ତି।
ନିଆଳି ଅଞ୍ଚଳରେ ପାନ ରଖିବା ପାଇଁ ସ୍ବତନ୍ତ୍ର ଭାଟି ନାହିଁ।
ଏଥି ଯୋଗୁ ଚାଷୀ ବର୍ଷକୁ ୮ ମାସ କମ୍ ଦରରେ ପାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ଅଞ୍ଚଳରେ ବଜାର ସୁବିଧା ନ ଥିବାରୁ ବାହାର ବ୍ୟବସାୟୀଙ୍କ ଉପରେ ଚାଷୀ ନିର୍ଭର କରୁଛନ୍ତି।
୨୦୧୯ ଫନି ବାତ୍ୟାରେ ନିଆଳି ଅଞ୍ଚଳର ସମସ୍ତ ପାନ ବରଜ ନଷ୍ଟ ହୋଇଯାଇଥିଲା।
ଏବେ ସୁଦ୍ଧା ବହୁଚାଷୀଙ୍କୁ ଫନି କ୍ଷୟକ୍ଷତିର ସରକାରୀ ସହାୟତା ମିଳି ନାହିଁ।
ସରକାର ପାନ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରି ସେବା ସମବାୟ ସମିତି ମାଧ୍ୟମରେ ଉଚିତ ମୂଲ୍ୟରେ ପାନ କିଣିବା ପାଇଁ ବ୍ୟବସ୍ଥା ସହ ନିଆଳିରେ ପାନ ଗଚ୍ଛିତ ରଖିବା ପାଇଁ ସ୍ବତନ୍ତ୍ର ପାନ ଭାଟି, ପିଣ୍ତି ନିର୍ମାଣ କରିଲେ ଏହି ଚାଷ ତିଷ୍ଠି ରହିପାରନ୍ତା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।