Assembly: ବିଧାନସଭା ସୁରକ୍ଷା ସ୍ଥିତି ସମୀକ୍ଷା କଲେ ଡିଜିପି: ସିସି କ୍ୟାମେରାରେ ଲୋୟର ପିଏମ୍‌ଜିରୁ ବିଧାନସଭା

Sep 21, 2026 - 07:00
Assembly: ବିଧାନସଭା ସୁରକ୍ଷା ସ୍ଥିତି ସମୀକ୍ଷା କଲେ ଡିଜିପି: ସିସି କ୍ୟାମେରାରେ ଲୋୟର ପିଏମ୍‌ଜିରୁ ବିଧାନସଭା

"ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ।

୨୨ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏଥିରେ ମୋଟ୍‌ ୯ଟି କାର୍ଯ୍ୟଦିବସ ରହିବ।

ଏହା ମଧ୍ୟରେ ୮ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିଛି।

ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଚତୁର୍ଥ ଶନିବାର ଏବଂ ରବିବାର ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ।

ଏହି ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି।

ମିଳିଥିବା ତଥ୍ୟ ମୁତାବକ ଏପର୍ଯ୍ୟନ୍ତ ୪୦ରୁ ଅଧିକ ସଂଗଠନ ବିକ୍ଷୋଭ ଓ ଧାରଣା ପାଇଁ ପୁଲିସ ନିକଟରେ ଆବେଦନ କରିସାରିଛନ୍ତି।

ତେଣୁ ଯେଭଳି ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ଦେଖା ନଯାଏ ଓ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି।

ଏଥିପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ତିନିଥାକିଆ ସୁରକ୍ଷାବଳୟ ମଧ୍ୟରେ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୁଲିସ ଛାଉଣି କରାଯାଇଛି।

ତେବେ ରବିବାର ଅପରାହ୍ଣ ୩ ଟାରେ ପୁଲିସ ଡିଜି ବିନୟତୋଷ ମିଶ୍ର,ଏଡିଜି (ଆଇନ୍‌ଶୃଙ୍ଖଳା) ସଞ୍ଜୟ କୁମାର, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଆଇଜି ଗୁଇନ୍ଦା‌ ସତ୍ୟବ୍ରତ ଭୋଇ ଓ ଡିସିପି ଜଗମୋହନ ମୀନାଙ୍କ ସମେତ ଅନ୍ୟ ଅଧିକାରୀ ବିଧାନସଭା ଓ ଧାରଣାସ୍ଥଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।Advertisment S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ବିଧାନସଭା ସୁରକ୍ଷା ପାଇଁ ୩୬ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୧୧ପ୍ଲାଟୁନ କ୍ୟୁଆର୍‌ଟି, ଏକ ପ୍ଲାଟୁନ୍‌ ଏସ୍‌ଟିୟୁ ମୁତୟନ କରାଯାଇଛି।

ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସମସ୍ତ ଦିଗ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି।

କେବଳ ଏତିକି ନୁହେଁ, ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ଶତାଧିକ ସିସିଟିଭି ଖଞ୍ଜା ଯାଇଛି।

ଏହାଛଡ଼ା ୪ରୁ ଅଧିକ ଡ୍ରୋନ୍‌ ମଧ୍ୟ ସମ୍ପୂର୍ଣ୍ଣ ବିଧାନସଭା ଏବଂ ସଂଲଗ୍ନ ଅଞ୍ଚଳର ଉପରେ ନଜର ରଖିବ।

ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌ ଏବଂ ଲୋୟର ପିଏମ୍‌ଜିର  ୩ଟି ସ୍ଥାନରେ ୩ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌ ସେହିପରି ଏହି ସମୟରେ ଗାଡ଼ି ଚଳାଚଳ ଉପରେ କଟକଣା ମଧ୍ୟ ଲଗାଯାଇଛି।

ଦୁଇ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ୬ଜଣ ଅତିରିକ୍ତ ଡିସିପି, ୨୪ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୨୦ଜଣ ଆଇଆଇସିଙ୍କୁ ମିଶାଇ ୧୩୪ରୁ ଅଧିକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ପ୍ରବେଶ ପଥରେ ୨ଟି ଚେକ୍‌ପୋଷ୍ଟ କରାଯାଇଛି।

ଏହାଛଡ଼ା ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯିବ।

ରେଳ ଷ୍ଟେସନ୍‌ ନିକଟରେ ଥିବା ସମସ୍ତ ହୋଟେଲ୍‌, ଲଜ୍‌ରେ ଯାଞ୍ଚକୁ କଡ଼କଡ଼ି କରାଯାଇଛି।

Protest: ତାତିଲେ ମହିଳା, ନଷ୍ଟ କଲେ ଦେଶୀ ଓ ବିଦେଶୀ ମଦ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।