'Father': ‘ବାପା ହିଁ ଏମିତି କରିପାରିବେ’: ଝିଅର ଭାଇରାଲ ଭିଡ଼ିଓ ଦେଖି ବାପାଙ୍କୁ ସାଲ୍ୟୁଟ କଲେ ଲୋକେ
ଝିଅଙ୍କ ପାଇଁ କେହି ବି ବାପାଙ୍କଠୁ ଉପରେ ହୋଇନଥାନ୍ତି।
ଝିଅର ଯେତେେବେଳ କୌଣସି ଅସୁବିଧା ଆସେ ପ୍ରଥମେ ମନରେ ବାପାଙ୍କ ଚେହେରା ସାମ୍ନାକୁ ଆସିଥାଏ।
ଜୀବନରେ ଆସୁଥିବା ସମସ୍ୟା ଘେରରେ ବାପା ହିଁ ଗୋଟେ ଝିଅ ପାଇଁ ପ୍ରଥମ ସାହସ ଭାବେ ଉଭା ହୋଇଥାନ୍ତି।
'ବାପା' ଏକ ଏପରି ଶବ୍ଦ ଯିଏ ବିନା କୌଣସି ସ୍ବାର୍ଥରେ ଅଥବା ବିନା କୌଣସି ଆଶାରେ ସର୍ବଦା ଝିଅର ହସ, ଖୁସି ଏବଂ ସାହାସ ପାଇଁ ଆଗେଇ ଆସନ୍ତି।
ଦୁନିଆରେ ବାପା ହିଁ ଜଣେ ଏପରି ବ୍ୟକ୍ତିତ୍ବ ଯିଏ ପ୍ରତ୍ୟେକ ସଂଘର୍ଷକୁ ଆମ ପାଇଁ ସରଳ କରିଦେଇଥାନ୍ତି।
Advertisment ଝିଅ ପାଇଁ ପ୍ରଥମ ସାହସ 'ବାପା' ଏପରି ଏକ ଆବେଗପୂର୍ଣ୍ଣ ଭିଡ଼ିଓ ଏବେ ବେଶ୍ ଚର୍ଚ୍ଚାରେ।
ଭିଡ଼ିଓରେ ଜଣେ ବାପା ନିଜ ଝିଅକୁ ସାଇକେଲରେ ନେଉଛନ୍ତି।
ତାଙ୍କ ପାଇଁ ଏହା ବହୁତ ଛୋଟ କଥା ହୋଇପାରେ ସତ କିନ୍ତୁ, ସେ ଝିଅ ପାଇଁ ଏହା କୌଣସି ଆଶୀର୍ବାଦ ଠାରୁ କମ ନୁହେଁ।
ନିମିଷା କଶ୍ୟପ୍ ନାମକ ଝିଅଟି ଏହି ଘଟଣାର ଏକ ସଂପୂର୍ଣ୍ଣ ଭିଡ଼ିଓ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି।
View this post on Instagram Air pollution: ବାୟୁ ପ୍ରଦୂଷଣ ଗର୍ଭସ୍ଥ ଶିଶୁକୁ ବିପଦ ନିମିଷାଙ୍କ କହିବା ଅନୁସାରେ, ସେ ଚାରିଦିନ ପୂର୍ବେ ଉତ୍ତରପ୍ରଦେଶ ଏସଏସ୍ଏସ୍ସି ପିଇଟି (ପ୍ରିଲିମିନାରି ଇଲିଜିବିଲିଟି ଟେଷ୍ଟ) ପରୀକ୍ଷା ଦେବାପାଇଁ ଯିବା କଥା ତାଙ୍କ ବାପାଙ୍କୁ କହିଥିଲେ।
ପରୀକ୍ଷା ଦେବାକୁ ଯିବା ଦିନ ସେ ଘରୁ ବାହାରିବା ବେଳେ ଭୋର ୪:୩୦ ସମୟ ହୋଇଥିବାରୁ ରାସ୍ତା ଅନ୍ଧାର ହୋଇଥିବା ଦେଖି ନିମିଷାଙ୍କ ବାପା ତାଙ୍କୁ ସାଇକେଲରେ ନେଇ ପରୀକ୍ଷା ହେବାକୁ ଥିବା ସ୍ଥାନରେ ପହଁଚାଇଥିଲେ ।
ତାଙ୍କ ବାପା ନିଜ ବିଶ୍ରାମ ନେବାକୁ ପ୍ରାଧାନ୍ୟତା ନଦେଇ ନିଜ ଝିଅର ସ୍ବପ୍ନକୁ ପ୍ରାଧାନ୍ୟତା ଦେଇଥିଲେ।
ଏହି ଭିଡ଼ିଓ ଦର୍ଶାଉଛି ଯେ, ବାପାଙ୍କ ସମର୍ପଣ, ତ୍ୟାଗ ଓ ପରିଶ୍ରମ ତାଙ୍କ ପିଲାମାନଙ୍କ ପାଇଁ ସର୍ବୋପରେ ହୋଇଥାଏ।
ଭିଡ଼ିଓରେ ବାପାଙ୍କ ପରିଶ୍ରମ ଓ ଝିଅର ସ୍ବପ୍ନର ଏକ ଝଲକ ଦେଖିବାକୁ ମିଳୁଛି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।