NAAC: ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି

Nov 05, 2026 - 15:01
NAAC: ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ନେଇ ଉଚ୍ଚଶିକ୍ଷା ବିଭାଗ ଲେଖିଲା ଚିଠି

ଭୁବନେଶ୍ୱର: ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟ ର NAAC ମାନ୍ୟତା ନବୀକରଣ ହୋଇନାହିଁ ।

ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ।

ମାନ୍ୟତା ନବୀକରଣ ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି ଲେଖାଯାଇଛି ।

ଏହି ତାଲିକାରେ ରହିଛି ଓଡ଼ିଆ ବିଶ୍ୱବିଦ୍ୟାଳୟ, ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ।

ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଯଥାଶୀଘ୍ର NAAC ମାନ୍ୟତା ନବୀକରଣ କରିବାକୁ କୁହାଯାଇଛି ।

ଏହି ପ୍ରକ୍ରିୟାରେ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ।

Advertisment ଆହୁରି ପଢନ୍ତୁ: Ranji Trophy: ରଣଜୀ ଟ୍ରଫିରେ ବଡ଼ ବିପର୍ଯ୍ୟୟ: ପୂର୍ବ ବିଜେତା ସୌରାଷ୍ଟ୍ରକୁ ହରାଇଲା ତ୍ରିପୁରା ଏଥିସହ UGC ସହ ମଧ୍ୟ ଯୋଗାଯୋଗରେ ରହିଛି ଉଚ୍ଚଶିକ୍ଷା ବିଭାଗ ।

ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି ।

ଏବେ ୧୪୦୦ରୁ ଅଧିକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ପଦ ପୂରଣ ପାଇଁ ସାକ୍ଷାତକାର ଚାଲିଛି ।

ଆସନ୍ତା ଦୁଇ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ମଧ୍ୟ ସାକ୍ଷାତକାର ପ୍ରକ୍ରିୟା ଶେଷ ହୋଇଛି।

ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂ ସମେତ ଅନ୍ୟ ଜାତୀୟ ରାଙ୍କିଂରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଭଲ ସ୍ଥାନ ହାସଲ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।