Fearless criminals: ଅଣାୟତ୍ତ ଅପରାଧ ନିର୍ଭୟ ଅପରାଧୀ: ସମ୍ବେଦନଶୀଳ ସ୍ଥାନକୁ ଯିବାକୁ ଭୟ
"ଭୁବନେଶ୍ବର: ଅପରାଧୀଙ୍କୁ ଦମନ କରିବା ପାଇଁ ପିସିଆର ଭ୍ୟାନ୍ ସହ ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜାଯାଇଛି।
ଗଳିକନ୍ଦି ଖୋଜିବା ପାଇଁ ଜିପିଆର୍ଏସ୍ ଭଳି ଟ୍ରାକିଂ ବ୍ୟବସ୍ଥା ରହିଛି।
କନ୍ଭଏ ପାଟ୍ରୋଲିଂ କରାଯାଉଛି।
ଏସବୁ ସତ୍ତ୍ବେ ରାଜଧାନୀରେ ଅପରାଧ ନିୟନ୍ତ୍ରଣକୁ ଆସୁନି।
ରାସ୍ତାଘାଟରେ ଛିନ୍ତାଇ, ଲୁଟ୍ ଭଳି ଅପରାଧ ବଢ଼ିଚାଲିଛି।
ଗତ ୯ମାସ ମଧ୍ୟରେ ୨୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।
୨୦ରୁ ଅଧିକଙ୍କୁ ହତ୍ୟା କରାଗଲାଣି।
କେବଳ ରୁଜୁ ହେଉଥିବା ମାମଲା ନୁହେଁ, ରାଜଧାନୀରେ ଅନେକ ଆପରାଧୀକ ଘଟଣାକୁ ପୁଲିସ ଚାପିଦେଉଥିବା କୁହାଯାଉଛି।
ପାର୍ବଣ ଋତୁ ଥିବାରୁ ଲୋକଙ୍କ ସୁରକ୍ଷା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।Advertisment Utkal campus: ବୋମାମାଡ଼ରେ କମ୍ପିଲା ଉତ୍କଳ କ୍ୟାମ୍ପସ୍: ଗୋପବନ୍ଧୁ ଛାତ୍ରାବାସ ନିକଟରେ ବିସ୍ଫୋରଣ ଅଭିଯୋଗ ଅଣ୍ଟୁନି ପିସିଆର୍ ରାଜଧାନୀର ସୁରକ୍ଷା କବଚ କୁହାଯାଉଥିବା ପିସିଆର୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
ଖବରପାଇଲେ ଠିକ୍ ସମୟରେ ପିସିଆର୍ ଘଟଣାସ୍ଥଳରେ ପହଞ୍ଚିପାରୁ ନାହିଁ।
ପିସିଆର୍ରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଅଧିକାରୀ, କର୍ମଚାରୀ ନାହାନ୍ତି।
ରାଜଧାନୀର ଥାନା ସଂଖ୍ୟା ୨୯ ଥିବା ବେଳେ ମାତ୍ର ୪୪ଟି ପିସିଆର୍ ଭ୍ୟାନ୍ ପାଟ୍ରୋଲିଂ କରୁଛନ୍ତି।
ସବୁଠୁ ବଡ଼କଥା ହେଲା ରାଜଧାନୀର ଜନସଂଖ୍ୟା ଯେଉଁ ହାରରେ ବଢ଼ିଛି ଅତି କମ୍ରେ ଥାନା ପ୍ରତି ୫ଟି ପିସିଆର୍ର ଆବଶ୍ୟକତା ରହିଛି।
ହେଲେ ବର୍ତ୍ତମାନ ଥାନା ପିଛା ୨ଟି ବି ପିସିଆର୍ ନାହିଁ।
ସବୁଠୁ ଉଦ୍ବେଗର ବିଷୟ, ଯେତିକି ବି ପିସିଆର୍ ଭ୍ୟାନ୍ ରହିଛି; ତାକୁ ଚଳାଇବା ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ନାହିଁ।
୪୪ଟି ପିସିଆର୍ ଭ୍ୟାନ୍ରେ ଇନ୍ଚାର୍ଜ ପାଇଁ ୩ଟି ସିଫ୍ଟରେ ଅତିକମ୍ରେ ଏସ୍ଆଇଏ, ଏସ୍ଆଇ ଏବଂ କନେଷ୍ଟେବଳ ରୢାଙ୍କର ୧୩୨ଜଣ ଅଧିକାରୀଙ୍କ ଆବଶ୍ୟକତା ରହିଛି।
ହେଲେ ବର୍ତ୍ତମାନ ମାତ୍ର ୧୨୨ ଜଣ କର୍ମଚାରୀ ଅଛନ୍ତି।
ସେହିପରି ୩ଟି ସିଫ୍ଟରେ ୧୩୨ ସଶସ୍ତ୍ର ପୁଲିସଙ୍କ ଆବଶ୍ୟକ ଥିବା ବେଳେ ମାତ୍ର ୩୪ଜଣ ଏପିଆର୍ କର୍ମଚାରୀ ଅଛନ୍ତି।
ଖାଲି ସେତିକି ନୁହେଁ ୪୦ଜଣ ଏକ୍ସଆର୍ମି ଅଧିକାରୀଙ୍କ ଆବଶ୍ୟକ ଥିବା ବେଳ ୩୦ଜଣ ରହିଛନ୍ତି।
ଏହି ଅଧିକାରୀଙ୍କ ଭିତରୁ ଯଦି କେହି ଛୁଟିରେ ଯାଏ କିମ୍ବା କେବେ କେହି ଅସୁସ୍ଥ ହୁଅନ୍ତି, ପିସିଆର୍ ସେବା ବାଧାପ୍ରାପ୍ତ ହେଉଛି।
ଏହାର ଫାଇଦା ଉଠାଇ ଅପରାଧୀ ଅପରାଧ ଘଟାଇ ଚାଲିଛନ୍ତି।
Congress protest in Delhi: ଦିଲ୍ଲୀରେ କଂଗ୍ରେସର ପ୍ରତିବାଦ ଆଜି: ଇଣ୍ଡିଆ ଗେଟ୍ରୁ ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା ସମ୍ବେଦନଶୀଳ ସ୍ଥାନକୁ ଯିବାକୁ ଭୟରାଜଧାନୀରେ ଅନେକ ଅପରାଧ ପ୍ରବଣ ଓ ସମ୍ବେଦନଶୀଳ ସ୍ଥାନ ରହିଛି।
ଯାହାର ତାଲିକା ମଧ୍ୟ ପୁଲିସ ନିଜେ ପ୍ରସ୍ତୁତ କରିଛି।
ଉଦ୍ବେଗର ବିଷୟ ଯେ ସେଠାରେ ଠିକ୍ ଭାବେ ପାଟ୍ରୋଲିଂ ହେଉ ନାହିଁ।
ଅପରାଧୀଙ୍କ ଦୌରାତ୍ମ୍ୟ ଯୋଗୁ ସେଠାକୁ ଯାଇ ତାଗିଦ କରିବାକୁ ଅଧିକାରୀ କର୍ମଚାରୀ ଟଣାଓଟରା ହେଉଥିବା ଅଭିଯୋଗ ହେଉଛି।ଡିସିପି ଡା.
ସରବଣା ବିବେକ ଏମ୍ କହିଛନ୍ତି, ଭୁବନେଶ୍ବର ପାଇଁ ଅଧିକ ପିସିଆର୍ ଆବଶ୍ୟକ।
ଏନେଇ କମିସନରଙ୍କ ସହ ଅଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ।
ପିସିଆର୍ ସେବା ଯେପରି ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚି ପାରିବ, ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡିସିପି କହଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।