Fire: ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୨ ମହିଳା, ଦୁଇ ଶିଶୁଙ୍କର ମୃତ୍ୟୁ
ଚଣ୍ଡିଖୋଲ (ଭକ୍ତ ଚରଣ ସାହୁ): ଆକସ୍ମିକ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ଘର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଏଥିରେ ୪ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।
ଏଭଳି ଏକ ଅଭାବନୀୟ ଘଟଣା ଆଜି ରାତିରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗ୍ରାମରେ ଘଟିଛି।
Advertisment ସୂଚନା ମୁତାବକ ନଳିପୁର ଗ୍ରାମର ସେକ୍ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘରେ ଆଜି ରାତି ୮ ସମୟରେ କୌଣସି କାରଣରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା।
ଏହି ଅଗ୍ନିକାଣ୍ଡରେ ନିଜାମ ଉଦ୍ଦିନଙ୍କ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ତାଙ୍କ ବଡ଼ବୋହୂ ଏବଂ ଶାଶୁଘରୁ ଆସିଥିବା ତାଙ୍କ ଝିଅ ଓ ତାଙ୍କର ୧୦ ବର୍ଷର ଗୋଟିଏ ନାତୁଣୀ ଓ ୮ ମାସର ଗୋଟିଏ ନାତି ଜଳି ପୋଡି ପାଉଁଶ ହୋଇଯାଇଥିଲେ।
ଫଳରେ ଘଟଣା ସ୍ଥଳରେ ହିଁ ଏମାନଙ୍କର ମୃତ୍ୟୁ ଘଟିଥିଲା।
ତେବେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡ଼ିକାଲକୁ ପଠା ଯାଇଛି।
Biker Died In Accident: ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା।
ଏହି ଖବର ପ୍ରକାଶ ପାଇବା ପରେ ଘଟଣା ସ୍ଥଳରେ ହଜାର ହଜାର ଲୋକଙ୍କର ସୁଅ ଛୁଟିଥିବା ଦେଖିବାକୁ ମିଳିଥିଲା।
ଏହି ଦୁଃଖଦ ଘଟଣାରେ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।