Fire Breaks Out in Moving Mo Bus: ଅଡ଼ଶପୁରରେ ଆମ ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Nov 07, 2026 - 12:48
Fire Breaks Out in Moving Mo Bus: ଅଡ଼ଶପୁରରେ ଆମ ବସ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଆମ ବସ୍ ରେ ଅଗ୍ନିକାଣ୍ଡ।

ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ଯାତ୍ରୀ।

କଟକ ଜିଲ୍ଲା ଫୁଲନଖରା-ନିଆଳୀ ରାସ୍ତାର ଅଡ଼ଶପୁର ବସ୍ ଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ।

ଭୁବନେଶ୍ୱରରୁ ଅଡ଼ଶପୁର କଲେଜ ଅଭିମୁଖେ ଯାଉଥିବା ଆମ ବସ୍ ଟି ବସ୍ ଷ୍ଟାଣ୍ଡରେ ପହଞ୍ଚିବା ସମୟରେ ବସ୍ ରୁ ଧୂଆଁ ବାହାରୁଥିଲା।

ଧୂଆଁ ଦେଖି ବସ୍ ରୁ ବାହାରି ଆସିଥିଲେ ଯାତ୍ରୀ।

ଖବର ପାଇ ଅଡ଼ଶପୁର ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

Advertisment ଆମ ବସ୍ ରେ ଅଗ୍ନିକାଣ୍ଡ କଟକ ଅଡ଼ଶପୁର ବଜାରରେ ଆମ ବସ୍ ରେ ଅଗ୍ନିକାଣ୍ଡ ବସ୍ ରୁ ଧୂଆଁ ବାହାରୁଥିବା ଦେଖି ଭୟରେ ଓହ୍ଲାଇ ପଡ଼ିଲେ ଯାତ୍ରୀ ସମସ୍ତ ଯାତ୍ରୀ ସୁରକ୍ଷିତ; ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।