Bhubaneswar Shooting: ରକ୍ତରଞ୍ଜିତ ରାଜଧାନୀ; ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଫାୟାରିଂ, ଯୁବକ ମୃତ

Nov 07, 2026 - 08:53
Bhubaneswar Shooting: ରକ୍ତରଞ୍ଜିତ ରାଜଧାନୀ; ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଫାୟାରିଂ, ଯୁବକ ମୃତ

ରାଜଧାନୀରେ ପୁଣି ଗୁଳିକାଣ୍ଡ।

ପଏଣ୍ଟ ବ୍ଲାଙ୍କରୁ ମୁଣ୍ଡକୁ ଫାୟାରିଂ।

ବିଳମ୍ବିତ ରାତିରେ ରକ୍ତରଞ୍ଜିତ ହେଲା ବମିଖାଲ ।

ଦୁର୍ବୃତ୍ତଙ୍କ ଗୁଳିରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ସମୟରେ ସୋନୁ ନିଜର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ।

Advertisment ଏହି ସମୟରେ ବାମିଖାଲ ସରକାରୀ ବନ୍ଧୁକ ଦୋକାନ ସମ୍ମୁଖରେ ପୂର୍ବରୁ ଛକି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ।

ଅତି ନିକଟରୁ ସୋନୁଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ।

ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସୋନୁ।

ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋନୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କିଏ ଓ କାହିଁକି ସୋନୁଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲା ସେନେଇ କାରଣ ଅସ୍ପଷ୍ଟ ରହିଛି।

ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଛାନଭିନ ଚଳାଇଛି।

ପ୍ରଶ୍ନ ଉଠୁଛି- ଗୁଳିକାଣ୍ଡ ପଛରେ ରହିଛି କି ପୂର୍ବ ଶତ୍ରୁତା, ନା ଆଉ କିଛି କାରଣରୁ ହୋଇଛି ଫାୟାରିଂ?

ବିଭିନ୍ନ ଦିଗରୁ ପୋଲିସ ଘଟଣାର ଛାନଭିନ କରିଛନ୍ତି।

ପୋଲିସ କମିଶନର ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।