Fire Department: ମଲ୍‌, ହସ୍ପିଟାଲ୍ ଓ ହୋଟେଲ୍‌ରେ ସ୍ଥିତି ଯାଞ୍ଚ କଲା ଅଗ୍ନିଶମ ବିଭାଗ

Sep 16, 2026 - 03:44
Fire Department: ମଲ୍‌, ହସ୍ପିଟାଲ୍ ଓ ହୋଟେଲ୍‌ରେ ସ୍ଥିତି ଯାଞ୍ଚ କଲା ଅଗ୍ନିଶମ ବିଭାଗ

"ଭୁବନେଶ୍ବର: ରାଜ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ "ସୁରକ୍ଷିତ ଓଡ଼ିଶା ବିକଶିତ ଓଡ଼ିଶା" ଅଭିଯାନ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି।

ପ୍ରଥମ ଦିନରେ ସିଏଫ୍‌ଓ ଦେବେନ୍ଦ୍ର କୁମାର ସ୍ବାଇଁ(ଏସ୍‌ଏଜି)ଙ୍କ ନେତୃତ୍ବରେ ଆଜି ଭୁବନେଶ୍ବର ଅଗ୍ନିଶମ ବାହିନୀ ଏସପ୍ଲାନେଡ୍ ମଲ୍, ଆପୋଲୋ ହସ୍ପିଟାଲ୍ ଓ ଜିଞ୍ଜର୍ ହୋଟେଲ୍‌ରେ ଯାଞ୍ଚ କରିଥିଲା।

ହଠାତ୍ ଅଗ୍ନିକାଣ୍ଡ ଲାଗିଲେ ଅଟୋମେଟିକ୍ ଵାଟର୍ ସ୍ପ୍ରିଙ୍କଲର୍‌ଠୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଆଲାର୍ମ ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର, ସାଇନ୍‌ଏଜ୍, ଵାଟର୍ ଷ୍ଟୋରେଜ୍ ପ୍ରମୁଖ ଦିଗ ଉପରେ ନିରୀକ୍ଷଣ କରାଯାଇଥିଲା।

ଏହା ସହ ଅଚଳ ଯନ୍ତ୍ରାଂଶକୁ ମରାମତି କରିବା ସହିତ ବିଭିନ୍ନ ତ୍ରୁଟି ବିଚ୍ୟୁତିକୁ ଚିହ୍ନଟ କରାଯାଇଛି।

ସେଗୁଡ଼ିକୁ ସଜାଡ଼ିବା ପାଇଁ ଖୁବ୍‌ଶୀଘ୍ର ନୋଟିସ୍ ଜାରି କରାଯିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।Advertisment Paddhati: କ୍ୟାରିୟର ବାଛିବାରେ ଆଉ ନୁହେଁ ଦ୍ୱନ୍ଦ୍ୱ, ଦିଗ ଦେଖାଇବ "ପଦ୍ଧତି" ଆଜି ଦିନ ପ୍ରାୟ ୧୧ଟାରେ ସିଏଫ୍‌ଓଙ୍କ ନେତୃତ୍ବରେ ୨ଟି ଫାୟାର୍ ଷ୍ଟେସନ୍‌ର ୧୫ଜଣିଆ ଟିମ୍ ପ୍ରଥମେ ଏସପ୍ଲାନେଡ୍ ମଲ୍‌ରେ ଯାଞ୍ଚ କରିଥିଲେ।

ତଳ ମହଲାରୁ ଆରମ୍ଭ କରି ଅଧିକାରୀମାନେ ତୃତୀୟ ମହଲା ପର୍ଯ୍ୟନ୍ତ ଅଗ୍ନି ନିରାପତ୍ତା ସମୀକ୍ଷା କରିଥିଲେ।

ଏହା ସହିତ ଵାଟର୍ ଷ୍ଟୋରେଜ୍ ଓ ସ୍ପ୍ରିଙ୍କଲର୍ ଆଦି ଅନୁଧ୍ୟାନ କରିଥିଲେ।

ଅପରାହ୍ନ ପ୍ରାୟ ୩ଟା ବେଳକୁ ଗଜପତିନଗରରେ ଥିବା ଆପୋଲ ହସ୍ପିଟାଲରେ ଆଗ୍ନିକ ଟିମ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା।

ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟ୍ ବୁଲି ଦେଖିବା ସହିତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁ ଵାର୍ଡ ଓ ସେଠାରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ପରଖା ଯାଇଥିଲା।

ପରେ ଜୟଦେବବିହାର ନିକଟସ୍ଥ ଜିଞ୍ଜର୍ ହୋଟେଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ୍ ହୋଇଥିଲା।

ହୋଟେଲ୍ କର୍ମଚାରୀଙ୍କୁ ଅଗ୍ନିକାଣ୍ଡ ସମୟରେ ଭୟଭୀତ ନହୋଇ କିଭଳି ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯିବ ଏବଂ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର ଆଦି ସମ୍ପର୍କରେ ସଚେତନ କରାଯାଇଥିଲା।

ଏହି ଯାଞ୍ଚ ପ୍ରକ୍ରିୟାରେ ସିଏଫ୍‌ଓଙ୍କ ସମେତ ଡେପୁଟି ଫାୟାର ଅଫିସର ନାରାୟଣ ଦାଶ, ଆସିଷ୍ଟାଣ୍ଟ ଫାୟାର୍ ଅଫିସର ଜିତେନ୍ଦ୍ର କୁମାର ଦାଶ, ଷ୍ଟେସନ୍ ଅଫିସର୍ ଗୋବିନ୍ଦ ଚନ୍ଦ୍ର ଜେନା ଓ ଜ୍ଞାନରଂଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

AI: କେବଳ ଧନୀଙ୍କ ପାଇଁ ନୁହେଁ ଏଆଇ, ଭାରତରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ: ବିଲ୍‌ ଗେଟ୍ସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।