UN: ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ
"ନୂଆଦିଲ୍ଲୀ: ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ଗୁରୁବାର ଜାତିସଂଘ ମାନବାଧିକାର ପରିଷଦରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି।
ଜମ୍ମୁ-କାଶ୍ମୀର ଓ ଭାରତରେ ସଂଖ୍ୟାଲଘୁଙ୍କ ସମ୍ପର୍କରେ ପାକିସ୍ତାନ ଦେଇଥିବା ଟିପ୍ପଣୀର କଡ଼ା ଜବାବ ଦେଇ ତ୍ୟାଗୀ କହିଛନ୍ତି, ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ।
ଜମ୍ମୁ-କାଶ୍ମୀରର ଏକ ଅଂଶ ପାକିସ୍ତାନ ଦଖଲରେ ଅଛି।
ତେଣୁ ଏହାକୁ ଛାଡ଼ିଦେବାକୁ ଭାରତ ପୁଣିଥରେ ପାକିସ୍ତାନକୁ କହୁଛି ବୋଲି ସେ କହିଛନ୍ତି।Advertisment ତ୍ୟାଗୀ କହିଛନ୍ତି, ଭାରତରେ ବିଶ୍ୱର ସର୍ବାଧିକ ମୁସଲମାନ ବସବାସ କରୁଛନ୍ତି।
ଦେଶର ସଂଖ୍ୟାଲଘୁମାନେ ଭୋଟ୍ ଦେଉଛନ୍ତି, ବିଧାୟକ ହେଉଛନ୍ତି, ସର୍ବୋଚ୍ଚ ଅଦାଲତରେ ବସୁଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନର ନେତୃତ୍ବ ନେଇଛନ୍ତି।
ଅନ୍ୟପକ୍ଷରେ, ପାକିସ୍ତାନର ହିନ୍ଦୁ, ଶିଖ୍ ଓ ଖ୍ରୀଷ୍ଟିଆନଙ୍କ ସ୍ଥିତି ସ୍ବାଧୀନତା ପରଠାରୁ ଅତି ଖରାପ ହୋଇଛି।
ସେମାନଙ୍କ ଝିଅମାନଙ୍କୁ ଅପହରଣ କରାଯାଇ ବଳପୂର୍ବକ ଧର୍ମାନ୍ତରୀକରଣ ଓ ବିବାହ କରାଯାଉଛି।
ଏହାଛଡ଼ା ପାକିସ୍ତାନର ମୁସଲମାନ ସଂଖ୍ୟାଲଘୁମାନେ ମଧ୍ୟ ବ୍ୟବସ୍ଥିତ ଅତ୍ୟାଚାରର ଶିକାର ହେଉଛନ୍ତି ଏବଂ ସେମାନଙ୍କ ପୂଜାସ୍ଥଳ ଉପରେ ଆକ୍ରମଣ ହେଉଛି ବୋଲି ସେ କହିଛନ୍ତି।
Donald Trump: ଜାତିସଂଘରେ ଧମକାଇଲେ ଟ୍ରମ୍ପ୍, ଚୁକ୍ତି ହେବ ନ ହେଲେ ଇରାନ୍ ସମ୍ପୂର୍ଣ୍ଣ ଧ୍ୱଂସ ହେବ କାଶ୍ମୀର ପଣ୍ଡିତମାନଙ୍କ ପ୍ରସଙ୍ଗ ଉଠାଇ ତ୍ୟାଗୀ କହିଛନ୍ତି, ୧୯୯୦ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଘରୁ ତଡ଼ି ଦେଇଥିଲେ।
ସେହି ଆତଙ୍କବାଦୀମାନେ କାଶ୍ମୀରରେ ବିଭିନ୍ନ ଧର୍ମର ଲୋକଙ୍କୁ ହତ୍ୟା କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ।
ଯେଉଁ ରାଷ୍ଟ୍ର ଏହି ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା ଦେଉଛି, ସେହି ରାଷ୍ଟ୍ର ମାନବାଧିକାର ପରିଷଦରେ ତଦନ୍ତ କଥା କହୁଛି।
ପରିଷଦରେ ଏଭଳି ବିଡ଼ମ୍ବନା ଲୁଚି ରହିବ ନାହିଁ ବୋଲି ତ୍ୟାଗୀ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।