Fire Safety Alert in Odisha! 800 Buildings Issued Notices for Violating Safety Norms
#୮୦୦_କୋଠାକୁ_ଅଗ୍ନି_ନିରାପତ୍ତା_ନୋଟିସ୍
ଓଡ଼ିଶାର ୮୦୦ଟି କୋଠାକୁ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ନୋଟିସ୍ । ଯେଉଁଥିରେ ୨୫୮ଟି ରେସିଡେନସିଆଲ କମ୍ପ୍ଲେକ୍ସ ସହ ୧୦୦ଟି ଶିକ୍ଷାନୁଷ୍ଠାନ ରହିଛି । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ପ୍ରାୟ ୮୦୦ଟି କୋଠାର ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ଏହି କୋଠାଗୁଡ଼ିକ ଆବଶ୍ୟକ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ବିନା ଚାଲୁଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୫୮ଟି ରେସିଡେନସିଆଲ କମ୍ପ୍ଲେକ୍ସ, ୧୭୨ଟି ହୋଟେଲ, ୧୦୦ଟି ଶିକ୍ଷାନୁଷ୍ଠାନ, ୪୩ଟି ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ୩୨ଟି ବ୍ୟବସାୟିକ ପ୍ରତିଷ୍ଠାନ, ୬୩ଟି ଶିଳ୍ପ ୟୁନିଟ୍, ୮୬ଟି ବାଣିଜ୍ୟିକ କୋଠା ଏବଂ ୩୪ଟି ସଭାସ୍ଥଳ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରୁଥିବା ତାଲିକାରେ ରହିଛି। ଅଗ୍ନିଶମ ବିଭାଗ ସେପ୍ଟେମ୍ବର ୧୫ରୁ ଏକ ମାସ ଧରି ସ୍ୱତନ୍ତ୍ର ଯାଞ୍ଚ ଓ ସଚେତନତା ଅଭିଯାନ ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଆରମ୍ଭ କରିବା ପାଇଁ ସ୍ଥିର କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁଦୃଢ଼ କରିବା ଏବଂ ଅଗ୍ନିକାଣ୍ଡ ରୋକିବା। ଏହି ଅଭିଯାନ ଅବସରରେ ଅଗ୍ନିଶମ ଅଧିକାରୀମାନେ ବିଭିନ୍ନ କୋଠା ଓ ପ୍ରତିଷ୍ଠାନର ବ୍ୟାପକ ଅଗ୍ନି ନିରାପତ୍ତା ଅଡିଟ୍ କରିବେ। ଏଥିସହିତ ଅଗ୍ନି ନିରାପତ୍ତା ସମ୍ପର୍କରେ କୋଠା ମାଲିକ, ଦଖଲକାରୀ ଓ ଅନ୍ୟ ହିତଧାରୀଙ୍କୁ ସଚେତନ କରିବା ପାଇଁ କର୍ମଶାଳା, ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ହେବ।....
#FireSafety#Odisha#FireDepartment#FireSafetyAudit#FireNotice#Hotels#ResidentialComplexes#EducationalInstitutions#FirePrevention#SafetyAlert#OdishaNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।