Fire: କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ: ୩ ବାଇକ, ବନ୍ଧୁକ ଜଳିଗଲା

Oct 30, 2026 - 14:06
Fire: କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ: ୩ ବାଇକ, ବନ୍ଧୁକ ଜଳିଗଲା

ନୀଳଗିରି(ଲୋକନାଥ ଦଳେଇ): ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କୁଲଡିହା ବନ ବିଭାଗ ଅଫିସ ଗୋଦାମ ଗୃହରେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଘଟିକା ସମୟରେ ଅଗ୍ନିକାଣ୍ଡ ଘଟିଛି | ହଠାତ ଗୋଦାମ ଘରେ ଥିବା ବ୍ୟାଟେରୀ ଫାଟି ଅଗ୍ନିକାଣ୍ଡ ଘଟିଛି।

Advertisment ଆହୁରି ପଢନ୍ତୁ : East Zone Sport Climbing: ପୂର୍ବାଞ୍ଚଳ ସ୍ପୋର୍ଟ କ୍ଲାଇମ୍ବିଂ: ଓଟିଏସ୍‌ଏଏଫ୍‌କୁ ୫ ପଦକ ଏହି ଅଗ୍ନିକାଣ୍ଡରେ ଶିକାରୀଙ୍କ ଠାରୁ ଜବତ ହୋଇଥିବା ୩ ବାଇକ, ବନ୍ଧୁକ, ଆସବାବପତ୍ର ଜଳିଯାଇଛି।ଘଟଣାସ୍ଥଳରେ ନୀଳଗିରି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା।

ଖବର ପାଇ ଘଟଣା ସ୍ଥଳରେ କୁଲଡିହା ରେଞ୍ଜର ମନୋରଞ୍ଜନ ନାୟକ ଓ ଏସିଏଫ ମାଣିକେଶ୍ବରୀ ହାଁସଦା ପହଞ୍ଚି ତଦାରଖ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।