Hair Care:ରୁଖା କେଶକୁ କରିବ ସିଲ୍କି, ଘରେ ବନାନ୍ତୁ ଏହି ଜେଲ୍!
ନୂଆଦିଲ୍ଲୀ: କେଶ ରୁଖା ହୋଇଯାଉଛି କି?
ହାତକୁ ଟାଆଁସିଆ ଲାଗୁଛି କି ? ।
ଚମକ ମଧ୍ୟ ଧୀରେ ଧୀରେ ହଜିଯାଉଛି କି?
ତେବେ ଆଉ ଚିନ୍ତା କରନ୍ତୁନି!
କେଶକୁ ସିଲ୍କି ଓ ସାଇନି କରିବା ପାଇଁ ଦାମୀ ଦାମୀ କଣ୍ଡିସନର୍ କିଣିବା ବଦଳରେ ଘରେ ହିଁ ପ୍ରସ୍ତୁତ କରିପାରିବେ ନ୍ୟାଚୁରାଲ୍ ହେୟାର କଣ୍ଡିସନର୍।
ଆଉ ଏଥିପାଇଁ ଆପଣଙ୍କୁ ଦରକାର ପଡ଼ିବ ମାତ୍ର ୪ଟି ସାମଗ୍ରୀ।
ରୋଷେଇ ଘରେ ମିଳୁଥିବା ଏହି ସାମଗ୍ରୀ ସାହାଯ୍ୟରେ ଘରେ ହିଁ ବନାଇପାରିବେ ଜେଲ୍ ଭଳି ହେୟାର କଣ୍ଡିସନର୍।
ତେବେ କେମିତି ବନାଇବେ ଏହି କଣ୍ଡିସନର୍?
ଆସନ୍ତୁ ଜାଣିବା।
ଏହି ହେୟାର କଣ୍ଡିସନର୍ ବନାଇବା ପାଇଁ ଆପଣଙ୍କୁ ଦରକାର ପଡ଼ିବ ପ୍ରାୟ ୨୦ଟି ମନ୍ଦାର ଫୁଲ, ଅଧା କପ୍ ଅଳସୀ ମଞ୍ଜି, ଆବଶ୍ୟକ ଅନୁସାରେ ପାଣି ଏବଂ ପୂର୍ବରୁ ଭିଜାଇ ରଖିଥିବା ଗୋନ୍ଦ କତିରା।
ଏବେ ଜାଣନ୍ତୁ ଏହାକୁ ବନାଇବାର ସହଜ ଉପାୟ।
ପ୍ରଥମେ ମନ୍ଦାର ଫୁଲକୁ ଭଲ ଭାବେ ଧୋଇ ସଫା କରିନିଅନ୍ତୁ।
ଏହାପରେ ଏକ ପାତ୍ରରେ ପାଣି ନେଇ ସେଥିରେ ମନ୍ଦାର ଫୁଲ ପକାନ୍ତୁ।
ହାତରେ ଫୁଲକୁ ଭଲ ଭାବେ ଚକଟି ଦିଅନ୍ତୁ, ଯାହାଦ୍ୱାରା ଫୁଲରୁ ଜେଲ୍ ଭଳି ପଦାର୍ଥ ବାହାରିବ।
ଏବେ ଏଥିରେ ଅଧା କପ୍ ଅଳସୀ ମଞ୍ଜି ପକାଇ ଭଲ ଭାବେ ମିଶାନ୍ତୁ।
Advertisment Ginger Benefits: ରୋଷେଇ ଘରର ଏହି ଜିନିଷ, ଶରୀର ପାଇଁ ବେଶ୍ ଉପକାରୀ!
ଏହି ମିଶ୍ରଣକୁ ଗ୍ୟାସ୍ରେ ବସାଇ ପ୍ରାୟ ୧୫ ମିନିଟ୍ ଫୁଟାନ୍ତୁ।
ମଝିରେ ମଝିରେ ଘାଣ୍ଟିବାକୁ ଭୁଲନ୍ତୁ ନାହିଁ।
ମିଶ୍ରଣଟି ଧୀରେ ଧୀରେ ଗାଢ଼ ହୋଇ ଜେଲ୍ ଭଳି ହୋଇଗଲେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।
ହାଲୁକା ଗରମ ଥିବା ଅବସ୍ଥାରେ ଏହାକୁ ଛାଣି ନିଅନ୍ତୁ ଏବଂ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ।
ଏହାପରେ ପୂର୍ବରୁ ଭିଜାଇ ରଖିଥିବା ଗୋନ୍ଦ କତିରା ପକାଇ ମିକ୍ସର୍ରେ ଭଲ ଭାବେ ବ୍ଲେଣ୍ଡ୍ କରନ୍ତୁ।
ବାସ୍, ପ୍ରସ୍ତୁତ ହୋଇଗଲା ଘରୋଇ ହେୟାର କଣ୍ଡିସନର୍।
ଏବେ ପ୍ରଶ୍ନ ହେଉଛି, ଏହାକୁ କେମିତି ଲଗାଇବେ?
ପ୍ରଥମେ ନିଜ କେଶକୁ ସାମ୍ପୁରେ ଧୋଇ ନିଅନ୍ତୁ।
ଏହାପରେ ପ୍ରସ୍ତୁତ କଣ୍ଡିସନର୍କୁ କେଶର ମୂଳରେ ନୁହେଁ, ବରଂ କେଶର ଲମ୍ବା ଅଂଶରେ ଭଲ ଭାବେ ଲଗାନ୍ତୁ।
୧୫ରୁ ୨୦ ମିନିଟ୍ ରଖିବା ପରେ ସଫା ପାଣିରେ ଧୋଇ ଦିଅନ୍ତୁ।
ମନ୍ଦାର ଫୁଲ ଓ ଅଳସୀ ମଞ୍ଜିରୁ ପ୍ରସ୍ତୁତ ଏହି ଜେଲ୍ କେଶକୁ ନରମ ରଖିବା ଏବଂ ଗୁଡ଼େଇ ହୋଇଥିବା କେଶକୁ ସଜାଡ଼ିବାରେ ସହାୟକ ହୋଇପାରେ।
ତେବେ ସମସ୍ତଙ୍କ କେଶରେ ଏହାର ପ୍ରଭାବ ସମାନ ହୋଇନପାରେ।
ବ୍ୟବହାର ପୂର୍ବରୁ ଅଳ୍ପ ପରିମାଣରେ ଲଗାଇ ପ୍ୟାଚ୍ ଟେଷ୍ଟ କରନ୍ତୁ।
ମନେ ରଖନ୍ତୁ, ନ୍ୟାଚୁରାଲ୍ ହେଲେ ବି ସବୁ ଉପାଦାନ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ।
ତେଣୁ ସତର୍କତାର ସହ ବ୍ୟବହାର କରନ୍ତୁ ଏବଂ ନିଜ କେଶର ଯତ୍ନ ନିଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।