Fire: ଜୟପୁର ଚାରୁ ଓ କାରୁକଳା ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସମେତ ବହୁ ସାମଗ୍ରୀ

Sep 25, 2026 - 10:42
Fire: ଜୟପୁର ଚାରୁ ଓ କାରୁକଳା ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସମେତ ବହୁ ସାମଗ୍ରୀ

"ଜୟପୁର(ଦେବାଶିଷ ସାହୁ): ଜୟପୁରସ୍ଥିତ  ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଯାଇଛି।

ସର୍ଟ ସର୍କିଟ୍ ଯୋଗୁଁ ଘଟିଥିବା ଏହି ଅଗ୍ନିକାଣ୍ଡ ଫଳରେ କାର୍ଯ୍ୟାଳୟର ବହୁ ମୂଲ୍ୟବାନ କମ୍ପ୍ୟୁଟର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପୋଡ଼ି ନଷ୍ଟହୋଇଯାଇଛି।

Advertisment ସର୍ଟ ସର୍କିଟ୍‌ରୁ ନିଆଁ ସୂଚନା ଅନୁଯାୟୀ, ଗତକାଲି ପ୍ରବଳ ବର୍ଷା ଯୋଗୁଁ ବିଦ୍ୟାଳୟ କାନ୍ଥରେ ପାଣି ଭିଜି ଇଲେକ୍ଟ୍ରିକ୍ ବୋର୍ଡ ଭିତରେ ପଶିଯାଇଥିଲା।

ଫଳରେ ସେଠାରେ ଭୟଙ୍କର ସର୍ଟ ସର୍କିଟ୍ ସୃଷ୍ଟି ହୋଇ ନିଆଁ ଲାଗିଯାଇଥିବା ନେଇ ପ୍ରାଥମିକ ଭାବେ ସୂଚନା ମିଳିଛି।

ଆଜି ଭୋର୍ ସମୟରେ ନିଆଁ ଲାଗିଥିଲା।

ଦାୟିତ୍ୱରେ ଥିବା ରାତ୍ର ଜଗୁଆଳ ନିଆଁ ଲାଗିବା ଖବର ପ୍ରଥମେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।

ପରେ ଅନୁଷ୍ଠାନର କର୍ତ୍ତୃପକ୍ଷ କର୍ମଚାରୀମାନେ ପହଞ୍ଚି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।

ତେବେ ଏହି ଅଗ୍ନିକାଣ୍ଡରେ କମ୍ପ୍ୟୁଟର ରୁମ୍‌ରେ ଥିବା ବହୁ ସାମଗ୍ରୀ ଜଳିଯିବା ସହ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

Palapala River: ମୟୂରଭଞ୍ଜରେ ବଢ଼ିଲା ପଳପଳା ନଦୀର ଜଳସ୍ତର, ବାଲିଡ଼ିହା ପୋଲ ଉପରେ ୩ ଫୁଟ୍‌ ପାଣି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।