Fisheries Department Brings 6,000 Fishermen Back: ବାତ୍ୟା ଅର୍ଣ୍ଣବ ଭୟ, ୬ ହଜାର ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରାଇଲା ବିଭାଗ
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଶାନ୍ତ ହୋଇଛି ସମୁଦ୍ର ।
ଗଭୀର ସମୁଦ୍ର ଭିତରେ ମାଛ ଧରୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ର ୬ ହଜାର ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରାଇ ଆଣିଛି ମତ୍ସ୍ୟ ବିଭାଗ ।
ଏହା ସହ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମାଇକ ଯୋଗେ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଉଛି ।
ମତ୍ସ୍ୟଜୀବୀମାନେ ନିଜର ଟ୍ରଲର,ବୋଟ ଓ ଜାଲକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିଛନ୍ତି ।
ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
Advertisment ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ରହିଛି ପ୍ରଶାସନ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷ୍ୟରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବିଶେଷ କରି ଗର୍ଭବତୀ ପ୍ରସୂତି ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।
ମୋଟ ୪୨ ଜଣ ଗର୍ଭବତୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୩ଜଣଙ୍କୁ ସ୍ଥାନାନ୍ତରିତ କରି ମେଡିକାଲକୁ ନିଆଯାଇଛି।
ଅନ୍ୟମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ କରି ଆଣିବା ପାଇଁ ଯୋଜନା କରାଯାଉଛି।
ଏହା ସହ ବୃଦ୍ଧବୃଦ୍ଧାମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ସୁବନ୍ଦୋବସ୍ତ କରାଯାଇଛି।
Advertisment ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ କେନ୍ଦ୍ରାପଡା ପ୍ରଶାସନ ରାଜନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷ୍ୟରୁ ବ୍ୟାପକ ବ୍ୟବସ୍ଥା ପ୍ରସୂତି ମହିଳାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ୪୨ଜଣ ମହିଳାଙ୍କ ମଧ୍ୟରୁ ୧୩ଜଣଙ୍କୁ ସ୍ଥାନାନ୍ତରିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।