Fishermen Advised Not To Venture Into Sea: ୨୩ ଯାଏଁ ସମୁଦ୍ର ମନା, ଟ୍ରଲର ଓ ଡଙ୍ଗା ମାଲିକଙ୍କୁ ଚେତାବନୀ

Sep 21, 2026 - 21:59
Fishermen Advised Not To Venture Into Sea: ୨୩ ଯାଏଁ ସମୁଦ୍ର ମନା, ଟ୍ରଲର ଓ ଡଙ୍ଗା ମାଲିକଙ୍କୁ ଚେତାବନୀ

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପାରାଦୀପରେ ଟ୍ରଲର ମାଲିକ, ଡଙ୍ଗା ମାଲିକ ଏବଂ ମତ୍ସ୍ୟଜୀବୀମାନଙ୍କ ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ସତର୍କ ସୂଚନା। ମାଇକ ଦ୍ୱାରା ପ୍ରଚାର କରି ସତର୍କ କରାଇଲା ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବା ବାରଣ କରାଯାଇଛି। ଝଡବର୍ଷା ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ପାରାଦୀପ ମାଛଧରା ବନ୍ଦର, ନେହେରୁବଙ୍ଗଳା ବସ୍ତି, ଷଣ୍ଢକୁଦ ବସ୍ତି, ନୂଆବଜାର ବସ୍ତି, ଲକ୍ ପଡା ବସ୍ତି ଆଦି ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସତର୍କ ସୂଚନା ଜାରି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।