Fishermen Advised To Stay Away From Sea: ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ୨୫ ଯାଏଁ ଭୀଷଣ ବର୍ଷା
ଓ୍ୱେଲମାର୍କଡ ଲୋପ୍ରେସରରେ ପରିଣତ ହେଲା ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୪ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ ୨୪ଘଣ୍ଟାରେ ଗଭୀର ଅବପାତରେ ପରିଣତ ସମ୍ଭାବନା ରହିଛି l ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଏହା ୨୩ ସେପ୍ଟେମ୍ବର ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ ୧୬ ଜିଲ୍ଲାକୁ ପାଣିପାଗ ବିଭାଗର ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି।
ଏହାର ପ୍ରଭାବରରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୩ରୁ ବଢ଼ିବ ବର୍ଷା ପରିମାଣ। ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା। ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ଆସନ୍ତାକାଲିଠୁ ୨୪ ତାରିଖ ଯାଏଁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହାକୁ ନେଇ ଉପକୂଳିଆଙ୍କ ଭିତରେ ଛନକା ପୂରାଇଛି ବାତ୍ୟା ଭୟ। ହେଲେ ବଙ୍ଗୋପସାଗରରେ ଏବେ କୌଣସି ବାତ୍ୟା ନେଇ ସେଭଳି କିଛି ବି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।