Fishing Trip Turns Risky: ହଠାତ୍ ବଢ଼ିଲା ମହାନଦୀ ପାଣି, ମଝି ନଦୀରେ ଫସିଲେ ୧୨ ମତ୍ସ୍ୟଜୀବୀ

Aug 26, 2026 - 16:32
Fishing Trip Turns Risky: ହଠାତ୍ ବଢ଼ିଲା ମହାନଦୀ ପାଣି, ମଝି ନଦୀରେ ଫସିଲେ ୧୨ ମତ୍ସ୍ୟଜୀବୀ

ରାତି ଅଧରେ ମହାନଦୀ ମଝିରେ ଫସିଗଲେ ୧୨ ମତ୍ସ୍ୟଜୀବୀ। ମାଛ ମାରିବାକୁ ଯାଇ ଏମିତି ସଙ୍କଟରେ ପଡ଼ିଥିଲେ। ହଠାତ୍ ନଦୀରେ ପାଣି ବଢ଼ିଯିବାରୁ ସେମାନେ ଫେରିପାରିନଥିଲେ। ନୟାଗଡ଼ ଜିଲ୍ଲା ଗଣିଆ ନିକଟ ସିଧାମୂଳା ଅଞ୍ଚଳରେ ଘଟିଛି ଏହି ଘଟଣା। ରାତିରେ ୧୨ ଜଣ ମତ୍ସ୍ୟଜୀବୀ ମହାନଦୀକୁ ମାଛ ମାରିବାକୁ ଯାଇଥିଲେ। ହେଲେ ହଠାତ୍ ନଦୀରେ ପାଣି ମାଡ଼ି ଆସିଥିଲା।

ଫଳରେ ସେମାନେ ନଦୀ ମଝିରେ ଫସିଯାଇଥିଲେ। ପରିସ୍ଥିତି ଭୟଙ୍କର ହୋଇପଡ଼ିଥିଲା। କୂଳକୁ ଫେରିବା ସମ୍ଭବ ହୋଇନଥିଲା। ଏନେଇ ଖବର ପାଇଥିଲା ଗଣିଆ ଅଗ୍ନିଶମ ବାହିନୀ। ତୁରନ୍ତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ବୋଟ୍ ସାହାଯ୍ୟରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।

ଶେଷରେ ସମସ୍ତ ୧୨ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବଡ଼ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଛନ୍ତି। ତେବେ ରାତି ଅଧରେ ମହାନଦୀ ଭିତରକୁ ମାଛ ମାରିବାକୁ ସେମାନେ କାହିଁକି ଯାଇଥିଲେ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। 

ନଦୀ ମଝିରୁ ୧୨ ମତ୍ସ୍ୟଜୀବୀ ଉଦ୍ଧାର 
ମାଛ ଧରିବାକୁ ଯାଇ ଫସିଥିଲେ 
ନୟାଗଡ଼ ଗଣିଆ ନିକଟ ସିଧାମୂଳା ନିକଟରେ ଫସିଥିଲେ 
ମହାନଦୀରେ ହଠାତ୍ ପାଣି ଆସିବାରୁ ଫସିଗଲେ 
ଉଦ୍ଧାର କଲା ଗଣିଆ ଅଗ୍ନିଶମ ବାହିନୀର ଟିମ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।