Food Safety Officials Conduct Raid: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରେଡ୍, ବାସି ଖାଦ୍ୟ ନଷ୍ଟ ସହ ଜରିମାନା ଆଦାୟ

Aug 26, 2026 - 16:32
Food Safety Officials Conduct Raid: ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରେଡ୍, ବାସି ଖାଦ୍ୟ ନଷ୍ଟ ସହ ଜରିମାନା ଆଦାୟ

ମିଠା ଦୋକାନରେ ଚଢାଉ। ୨୦ କେଜି ବାସି ମିଠା ନଷ୍ଟ କରିବା ସହ ୮ହଜାର ଜରିମାନା। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରର ବିଭିନ୍ନ ମିଠା ଦୋକାନ ଫୁଡ ସେଫ୍ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ପନିର, ଛେନା, ଖୁଆ ଓ ବିଭିନ୍ନ ମିଠାର ନମୂନା ସଂଗ୍ରହ କରାଯାଇ ମାନ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିl

ତେବେ ଖାଦ୍ୟ ନିରାପତ୍ତା ନିୟମକୁ ପାଳନ କରୁନଥିବା ଦୋକାନୀମାନଙ୍କ ଠାରୁ ୮ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ ଦୋକାନରୁ ପ୍ରାୟ ୨୦ କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇଛି l

ମିଠା ଦୋକାନରେ ଚଢାଉ
ଟିଟିଲାଗଡ ସହରର ବିଭିନ୍ନ ମିଠା ଦୋକାନରେ ରେଡ୍
୨୦ କେଜି ବାସି ମିଠା ନଷ୍ଟ କଲା ଫୁଡ ସେଫ୍ଟି ବିଭାଗ
ଖାଦ୍ୟ ନିରାପତ୍ତା ନିୟମ ଉଲ୍ଲଙ୍ଘନକାରୀ ଦୋକାନୀଙ୍କୁ ୮ହଜାର ଫାଇନ୍
ପନୀର, ଛେନା ଓ ବିଭିନ୍ନ ମିଠାର ମାନ ଯାଞ୍ଚ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।