Five Orangutans May Stay in Odisha! ଓଡ଼ିଶାରେ ରହିବେ ଓରାଙ୍ଗ ଉଟାନ! ବଣମଣିଷ ଛୁଆଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ

Nov 08, 2026 - 15:09
Five Orangutans May Stay in Odisha! ଓଡ଼ିଶାରେ ରହିବେ ଓରାଙ୍ଗ ଉଟାନ! ବଣମଣିଷ ଛୁଆଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ

ଓଡ଼ିଶାରେ ରହିପାରନ୍ତି ୫ ଓରାଙ୍ଗଉଟାନ।

ବାଲେଶ୍ବରରୁ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ ଏବେ ନନ୍ଦନକାନନରେ ସୁସ୍ଥ ଅଛନ୍ତି।

ଏମାନଙ୍କୁ ଅନ୍ୟ ଦେଶକୁ ନେବା ଲାଗି ଏଯାଏଁ କୌଣସି ଦେଶ ଦାବି କରିନାହାନ୍ତି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ।

Advertisment ମନ୍ତ୍ରୀ କହିଛନ୍ତି ଯେ, ଆମେ ଚାହିଁବୁ ଓରାଙ୍ଗଉଟାନ ଓଡ଼ିଶାରେ ରୁହନ୍ତୁ।

ଅନ୍ତର୍ଜାତୀୟ ସ୍ତରରେ କୌଣସି ଦେଶ ଏଯାଏଁ ଦାବି କରିନାହାଁନ୍ତି।

ଇଣ୍ଡୋନେସିଆରୁ ବିଶେଷଜ୍ଞ ଦଳ କେବଳ ଦେଖିବାକୁ ଆସୁଛନ୍ତି।

ଭାରତ ସରକାର ତାଙ୍କ ଠାରୁ ପ୍ରମାଣ ମାଗିବେ ଏବଂ ସେମାନେ ଠୋସ୍ ପ୍ରମାଣ ଦେବା ପରେ ହିଁ ସେମାନଙ୍କ ଯିବା କଥା ବିଚାର କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।