Crore-Rupee Park Neglect: କୋଟିଏ ଟଙ୍କାର ପ୍ରକଳ୍ପ ଏବେ ଅବହେଳିତ; ମରାମତି ନହୋଇ ଭାଙ୍ଗିଗଲାଣି ଦୋଳି, ଚାରିଆଡେ ଜଙ୍ଗଲର ଭ୍ରମ
ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ପ୍ରମୋଦ ଉଦ୍ୟାନ।
ପାଣିରେ ପଡିଛି ସରକାରଙ୍କ କୋଟିଏ ଟଙ୍କାର ପ୍ରକଳ୍ପ।
ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପାଲଟିଛି କେନ୍ଦ୍ରାପଡ଼ା ରାଜନଗରର ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ।
ହଂସୁଆ ନଦୀ କୂଳରେ ନିର୍ମିତ ଏହି ପାର୍କରେ ଶିଶୁମାନଙ୍କ ମନୋରଞ୍ଜନ ପାଇଁ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ଗୁଡିକ ଭାଙ୍ଗିରୁଜି ଯାଇଥିବାବେଳେ ଅନେକ ସାମଗ୍ରୀ ଗୁଡିକ ଚୋରୀ ହୋଇଗଲାଣି ।
Advertisment ଚାରିଆଡ଼େ ଅନାବନା ଗଛଲତା ମାଡି ଗଲାଣି।
ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଗୋପାଳପୁର ପଞ୍ଚାୟତକୁ ହସ୍ତାନ୍ତର ହୋଇଛି।
ପ୍ରତିବର୍ଷ ମରାମତି ନାଁରେ ଟଙ୍କା ବିଲ୍ ହେଉଥିବାବି କୁହାଯାଉଛି।
ଏପରିକି ଗତବର୍ଷ ମନରେଗାରେ ମରାମତି ପାଇଁ ୧ ଲକ୍ଷ ୧୧ ହଜାର ୯୩୨ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।
ହେଲେ କାମର ଚିହ୍ନବର୍ଣ୍ଣ ନଥିବା ଅଭିଯୋଗ ହୋଇଛି।
ଏନେଇ ସ୍ଥାନୀୟ ସରପଞ୍ଚ ପାର୍କର ଅବ୍ୟବସ୍ଥାକୁ ସ୍ୟୁକାର କରିବା ସହ ଖୁବଶୀଘ୍ର ମରାମତି କରିବେ ବୋଲି କହିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ଏନେଇ ବ୍ୟବସ୍ଥା କରାଯିବ ।
..
Advertisment କୋଟିଏ ଟଙ୍କାର ପାର୍କରେ ଜଙ୍ଗଲର ଭ୍ରମ ଅବହେଳିତ ରାଜନଗର ବିଜୁ ପଟ୍ଟନାୟକ ପ୍ରମୋଦ ଉଦ୍ୟାନ କୋଟିଏ ଟଙ୍କାର ପ୍ରକଳ୍ପ ଏବେ ଅବହେଳିତ ମରାମତି ନହୋଇ ଭାଙ୍ଗିଗଲାଣି ଦୋଳି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।