Five Villages Erupt in Protest Over Coal Mining: କୋଇଲା ଖଣିକୁ ନେଇ ଉତ୍ତେଜନା, ଜମିରେ ମେସିନ ଦେଖି ତାତିଲେ ୫ ଗାଁର ଲୋକ
କୋଇଲା ଖଣିକୁ ନେଇ ଉତ୍ତେଜନା, ରାଜରାସ୍ତାରେ ଶତାଧିକ ଗ୍ରାମବାସୀ। ଅନୁଗୋଳ ଛେଣ୍ଡିପଦାରେ ପ୍ରସ୍ତାବିତ ବୈତରଣୀ-ୱେଷ୍ଟ କୋଇଲା ଖଣିକୁ ନେଇ ତେଜିଛି ବିରୋଧ। କମ୍ପାନୀର ମନମାନି ବିରୋଧରେ ମାଛକୁଟା ଚାରିଛକରେ ଶତାଧିକ ଗ୍ରାମବାସୀ ବିକ୍ଷୋଭ କରିଛନ୍ତି। ତେବେ ବୈତରଣୀ-ୱେଷ୍ଟ କୋଲ ବ୍ଲକ ଅଧୀନରେ ଅନେକ ଗାଁର ଜମି ଆସୁଥିବା ବେଳେ, ୧୧୯୬ ହେକ୍ଟର ଜମିରେ ଖୋଲା କୋଇଲା ଖଣି ପାଇଁ ଜିଏମଡିସିକୁ ଜମି ଆବଣ୍ଟନ ହୋଇଛି।
ହେଲେ କ୍ଷତିଗ୍ରସ୍ତଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳିନଥିବା ଏବଂ ବିସ୍ଥାପନ ଓ ଥଇଥାନ ନେଇ ଆଲୋଚନା ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାରି ମଧ୍ୟରେ ଜମିରେ ଖଣି ମେସିନ ରଖାଯାଇଥିବାରୁ ତାହାକୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି ଲୋକେ। ଖବର ପାଇ ଛେଣ୍ଡିପଦା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି।...
ବୈତରଣୀ-ୱେଷ୍ଟ କୋଇଲା ଖଣିକୁ ନେଇ ଉତ୍ତେଜନା
କମ୍ପାନୀର ମନମାନି ବିରୋଧରେ ଗର୍ଜିଲେ ଗ୍ରାମବାସୀ
ଜମିରେ ମେସିନ ଦେଖି ତାତିଲେ ୫ ଗାଁର ଲୋକ
ରାଜରାସ୍ତାରେ ଶତାଧିକ ଗ୍ରାମବାସୀଙ୍କ ବିକ୍ଷୋଭ
କ୍ଷତିଗ୍ରସ୍ତଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳିନଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।